ଶତାୟୁ ମହିଳା ଜମ୍ଭୁବତୀଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତ ଆମ୍ପୋର ଗ୍ରାମର ଶତାୟୁ ମହିଳା ତଥା ରାଜ୍ୟ ସରକାରଙ୍କ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସମାଜସେବୀକା ଜମ୍ଭୁବତୀ ଲେଙ୍କା(୧୦୧)ଙ୍କର ଶନିବାର ପରଲୋକ ଘଟିଛି । ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ଶଯ୍ୟା ନିକଟରେ ଜ୍ୟୋଷ୍ଠ ପୁତ୍ର ମୁରଲୀଧର ଲେଙ୍କାଙ୍କ ସମେତ ପୁଅ, ବୋହୁ, ନାତି, ନାତୁଣୀ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ପୂର୍ବତନ ସରପଞ୍ଚ ଜୟନ୍ତ କୁମାର ସାମଲ, ଶିକ୍ଷାବିତ୍ ଶ୍ରୀବତ୍ସ କରଶର୍ମା, ନିତ୍ୟାନନ୍ଦ ରାଉତ, ଖଗେଶ୍ୱର ମଲ୍ଲିକ, ରାଜେନ୍ଦ୍ର ଲେଙ୍କାଙ୍କ ସମେତ ବହୁମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ବାସଭବରେ ପହଞ୍ôଚ ଶେଷ ଦର୍ଶନ କରିବା ସହିତ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଦାହ କରାଯାଇଥିଲା । ସାନପୁଅ ପାଣ୍ଡବ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତା ଜମ୍ଭୁବତୀ ଜଣେ ସମାଜସେବୀ ଭାବେ ବେଶ କ୍ଷ୍ୟାତିଲାଭ କରିଥିବା ବେଳେ ୧୯୬୦ମସିହାରେ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମର ମହିଳା କଲ୍ୟାଣ ସମିତି ଗଠନ କରି ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଏଥିସହ ୧୯୬୨ମସିହାରେ ଚୀନ ଓ ଭାରତ ଯୁଦ୍ଧ ସମୟରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କ ଆହ୍ୱାନ କ୍ରମେ ମହିଳା ମାନଙ୍କ ଠାରୁ ସ୍ୱର୍ଣ୍ଣ ଅଳଙ୍କାର ସଂଗ୍ରହ କରି ତତ୍‌କାଳୀନ ବାଲେଶ୍ୱର ଜିଲ୍ଲାପାଳଙ୍କ ମାଧ୍ୟମରେ ଭାରତୀୟ ସୈନ୍ୟମାନଙ୍କ କଲ୍ୟାଣ ନିମନ୍ତେ ପଠାଇଥିଲେ । ଏଥିସହିତ ମହିଳାମାନଙ୍କୁ ସଂଗଠିତ କରି ଶୋଭା ଯାତ୍ରାରେ ଯାଇ ବିଭିନ୍ନ ଗ୍ରାମ ବୁଲି ଚୀନ ବିରୋଧୀ ସ୍ଲୋଗାନ ଦେଇଥିବା ବେଳେ ଜିଲ୍ଲାପାଳଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ତାଙ୍କ ପରି ଜଣେ ମହିୟଶୀ ମହିଳାଙ୍କ ମୃତ୍ୟୁରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳାଇ ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ