ଶତ୍ରୁସୋଲା ବାତ୍ୟାଆଶ୍ରୟ ସ୍ଥଳୀ ପରିଦର୍ଶନ କଲେ ଛତିଶଗଡ଼ ପ୍ରଶାସନିକ ଅଧିକାରୀ

ଗଞ୍ଜାମ, (ବିନୋଦ ପଲେଇ):ଗଞ୍ଜାମ ବ୍ଲକର ଶତୃସୋଲର ବାତ୍ୟାଆଶ୍ରୟ ସ୍ଥଳୀ ବୁଲି ଦେଖିଲେ ଛତିଶଗଡ଼ର ୨୦ ଜଣ ପ୍ରଶାସନିକ ଅଧିକାରୀ। ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ଏକାଡୋମିର ତାଲିମ ନେଇଥିବା ଛତିଶଗଡ଼ର ପଞ୍ଚାୟତ ରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ନବନିଯୁକ୍ତି ଅଧିକାରୀ ଏମାନଙ୍କ ମଧ୍ୟରେ ୨୦ଜଣ ବିଡ଼ିଓ ଥିବା ଵେଳେ ଜଣେ ଡେପୁଟି କଲେକ୍ଟର ଥିବା ଜଣାପଡିଛି। ଶତ୍ରୁସୋଲ ଠାରେ ପହଁଚିବା ପରେ ଗଂଜାମ ବିଡ଼ିଓ ବିଶ୍ୱଜିତ ରାୟ, ବ୍ଲକଅଧ୍ୟକ୍ଷ ଶର୍ମିଷ୍ଠା ପ୍ରଧାନ ସ୍ୱାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ସସ୍ମିତା ବେହେରା , ଭାରପ୍ରାପ୍ତ ଜିଓପି ଶ୍ରୀକାନ୍ତ ଗୌଡ଼, ଓଏଲଏମ୍ -ବିପିଏମ୍-ଜଳନ୍ଧର ମହାରଣା, , ମିଶନ ଶକ୍ତି ବିପିସି ଚନ୍ଦନ କୁମାର ପାଢୀ ଙ୍କ ସମେତ ଗ୍ରାମ୍ୟ କମିଟି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ