ଶତ୍ରୁସୋଲ ଆଦର୍ଶ ବିଦ୍ୟାଳୟ ରେ ପ୍ରବାସୀ ସୁରତଫେରନ୍ତା ନିଜର ଭୁଲ ବୁଝିଲେ

ଗଂଜାମ,(ଓ୍ବାଇଏନ୍ଏସ୍): ଖାଇବାରେ ସାମାନ୍ୟ ବିଳମ୍ବ , ଖାଇବାକୁ ଘୁଟକା, ମାଂସ ଦେବା ନେଇ ଆଙ୍ଗୁଠି ରେ ବ୍ଲେଡ଼ ଲଗାଇ , ଭିଡିଓ ଭାଇରାଲ କରି ସାରାରାଜ୍ୟ ଓ ଦେଶରେ ଚର୍ଚ୍ଚା କୁ ଆସିଥିବା ଗଂଜାମ ବ୍ଳକ ର ଶତ୍ରୁସୋଲ ଆଦର୍ଶ ବିଦ୍ୟାଳୟ ରେ ରହୁଥିବା ସୁରତ ଫେରାନ୍ତ ଙ୍କୁ ବିଭିନ୍ନ ମହଲରେ ସାମାଲଚନା ର ସିକାରହେବା ପରେ ନିଜର ଭୁଲ ସ୍ୱୀକାର କରି ପୁଣି ଭିଡ଼ିଓ ଭାଇରାଲ ହେଇଥିବା ବେଳେ, ଅନ୍ୟପଟେ ଡିଆରଡିଏ ପିଡ଼ି , ମନସ୍ତବିତ ଡାକ୍ତର ସେମାନଙ୍କୁ କାଉନସେଲିଂ କରିଥିବା ବେଳେ ,ମନରଞ୍ଜନ କରିଛନ୍ତି ପାଲାଗାୟକ।ଆଜି ପିଡ଼ି( ଡିଆରଡିଏ) ଇଂ.ସିଦ୍ଧାର୍ଥ କୁମାର ସ୍ୱାଇଁ ଶତ୍ରୁସୋଲ ଆଦର୍ଶ ବିଦ୍ୟାଳୟ କୁ ଯାଇ ପ୍ରାବାସୀ ଓଡ଼ିଆ ଙ୍କୁ କାଉନସେଲିଂ କରି ତମ ମାନଙ୍କ ପାଇଁ ସରକାର ଓ ପ୍ରଶାସନ ଦିନରାତି ଗୋଟେ କରିଦେଇଛନ୍ତି । ନିୟମ କୁ ମାନନ୍ତୁ ନିଜେ ସୁରକ୍ଷିତ ରୁହନ୍ତୁ, ଦେଶକୁ ସୁରକ୍ଷିତ କରନ୍ତୁ । ସେହିପରି ମନସ୍ତବିତ ଡାକ୍ତର ଏହି ରୋଗର କାରଣ ଓ ନିରାକରଣ ଉପରେ ବୁଝାଇବାସହ ଡ଼ରିବାର ଦରକାର ନାହିଁ , ଖାଲି ସତର୍କ ରହିବାକୁ ପଡିବ ବୋଲି କହିଥିଲେ । ତହସିଲଦାର ଅବନୀ କୁମାର ସାହୁ, ବିଡ଼ିଓ ଜ୍ୟୋତି ଶଙ୍କର ରାୟ ବି ସେମାନଙ୍କୁ ସଚେତନତା କରିବାସହ କଣ ଅସୁବିଧା ହେଲେ ଆମକୁ ଅବଗତ କରାନ୍ତୁ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଇଓ ସୁବାସ ଚନ୍ଦ୍ର ଘଡେ଼ଇ,ସମିତି ସଭ୍ୟ ସୁରଥ ପ୍ରଧାନ, ଶିକ୍ଷକ ଦାମୋଦର ପଣ୍ଡା, ନିରଞ୍ଜନ ମହାପାତ୍ର, ନିରଞ୍ଜନ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ପାଲା ମାଧ୍ୟମରେ ସେମାନଙ୍କ ର ମନରଞ୍ଜନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ