ଶତ ପ୍ରତିଶତ ସଫଳ : ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,(ଯୁଗାଦ୍ଦ ନ୍ୟୁଜ) : କେଦାରଲେନ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ସମସ୍ତ ମାଟ୍ରିକ୍ ପରିକ୍ଷାର୍ଥି ସଫଳ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣ ଏ-୧ ମାର୍କ ରଖି କୃତିତ୍ୱ ଅର୍ଜନ କରିଛନ୍ତି । ସେମାନେ ହେଲେ ସୁରଭି ପ୍ରୀୟଦର୍ଶନୀ, ତନ୍ମୟ ରଞ୍ଜନ ନାୟକ ଓ ସାଇରାମ ପ୍ରୀୟଦର୍ଶନୀ ପଣ୍ଡା । ଏହି ସଫଳତା ପାଇଁ ଆଜି ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ତଥା ବିଶିଷ୍ଠ ଶିକ୍ଷାବିତ୍ ଡ଼ ଉପେନ୍ଦ୍ର ସାହୁ, ସମ୍ପାଦିକା ଡ଼ ପ୍ରମିଳା ସାହୁ ଓ ଅଧ୍ୟକ୍ଷା ଅଞ୍ଜଳି ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସମ୍ବର୍ଦ୍ଧନା କରିଥିଲେ ।


