ଶନିବାର ଓ ରବିବାର ବନ୍ଦ ରହିବ ଗୋପାଳପୁର ଓ ସୋନପୁର ସି-ବିଚ୍ : ଜିଲ୍ଲାପାଳ
ବୁଧବାର ତାରାତାରିଣୀ ଓ ସୋମବାର ତାମ୍ପରା ବନ୍ଦ ରହିବ
ଗଞ୍ଜାମ (ୱାଇଏନ୍ଏସ୍): ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସବୁଠି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଗଞ୍ଜାମରେ କରୋନା ସଂକ୍ରମଣ ରୋକିବାକୁ ସତର୍କତାମୂଳକ ପଦକ୍ଷେପ ନିଆଗଲାଣି । ଭିଡ କମାଇବାକୁ କିଛି ପଦକ୍ଷେପ ନିଆଯାଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଶନିବାର ଓ ରବିବାର ଛୁଟି ଦିନ ଥିବାରୁ ଗୋପାଳପୁର ଓ ସୋନପୁର ସମୁଦ୍ର ବେଳାଭୂମୀରେ ଭିଡ ହେଉଛି । ଭିଡ କମାଇବାକୁ ଏଣିକି ଶନିବାର ଓ ରବିବାର ବନ୍ଦ ରହିବ ଗୋପାଳପୁର ଓ ସୋନପୁର ସମୂଦ୍ରକୂଳ । ସେହିପରି ରାମଲିଙ୍ଗେଶ୍ୱର ପାର୍କ ଓ ତାମ୍ପରା ସୋମବାର ଦିନ ବନ୍ଦ ରହିବାକୁ ନିଷ୍ପତ୍ତି ହୋଇଛି । କେବଳ ସେତିକି ନୁହେଁ ମା ତାରିଣୀ ମନ୍ଦିର ମଧ୍ୟ ବୁଧବାର ବନ୍ଦ ରହିବ । ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ସହ ଗ କରିବାକୁ ଲୋକଙ୍କୁ ଜଣାଇଛନ୍ତି ଜିଲ୍ଲାପାଳ ।