ଶନିବାର ଓ ରବିବାର ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): କରୋନା ପାଇଁ ଶନିବାର ଓ ରବିବାର ବନ୍ଦ ରହିବ ନନ୍ଦନକାନନ । ନନ୍ଦନକାନନ କର୍ତୃପକ୍ଷଙ୍କ ସୂଚନା ମୁତାବକ କୋଭିଡ-୧୯ ଗାଇଡଲାଇନକୁ ନଜରରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ ପରବର୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ସବୁ ଶନିବାର ଓ ରବିବାର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ।ଉଭୟ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ ସୋମବାରରୁ ଶୁକ୍ରବାର ସକାଳ ୭ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ଯାଏଁ ଖୋଲା ରହିବ । ପର୍ଯ୍ୟଟକମାନେ କୋଭିଡ ଗାଇଡଲାଇନକୁ ମାନିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ରାଜ୍ୟ ସରକାର ଓ ନନ୍ଦନକାନନ କର୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟସାରଣୀ ମାନିବାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି ।ଉଲ୍ଳେଖଯୋଗ୍ୟ ଯେ କୋଭିଡ୍ କଟକଣା କୋହଳ ହେବା ପରେ ଗତ ଅଗଷ୍ଟ ୩ ତାରିଖ ଠାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍ ଖୋଲିଛି । ତେବେ ନନ୍ଦନକାନନ ମଧ୍ୟରେ ବୋଟିଂ ଓ ସଫାରି ବନ୍ଦ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ