ଶନିବାର ବିନା ବ୍ୟାଗ୍ରେ ସ୍କୁଲ ଯିବେ ଛାତ୍ରୀଛାତ୍ର
ଇମ୍ଫାଲ: ସ୍କୁଲ ପିଲାଙ୍କ ପାଇଁ ମଣିପୁର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି ପ୍ରତି ଶନିବାର ପିଲାମାନେ ସ୍କୁଲକୁ ବିନା ବ୍ୟାଗରେ ଯିବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ସମସ୍ତ ସରକାରୀ ତଥା ବେସରକାରୀ ସ୍କୁଲ ପାଇଁ କାର୍ଯ୍ୟକାରୀ ହେବ । ପିଲାମାନେ ଏହିଦିନ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରିବେ । ନିକଟରେ ଏମିତି ଏକ ପଦକ୍ଷେପ ନେବା ପରେ ଉଭୟ ଛାତ୍ରୀଛାତ୍ର, ଶିକ୍ଷକ ଓ ଅଭିଭାବକଙ୍କଠାରୁ ଭଲ ପ୍ରତିକ୍ରିୟା ମିଳିଛି ବାଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂ କହିଛନ୍ତି ଏଥର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପଢୁଥିବା ପିଲାମାନେ ଶନିବାର ବିନା ବ୍ୟାଗରେ ସ୍କୁଲ ଆସିବେ । ଏହାକୁ ଦେଖି ପିଲାମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।