ଶନିଶ୍ଚର ଦେବଙ୍କ ବାର୍ଷିକୋତ୍ସବ ଅନୁଷ୍ଠିତ

ନିମାପଡ଼ା,(ସନ୍ତୋଷ ଦାଶ): ଚାରିଛକ ନିକଟସ୍ଥ ତୁଳସୀପୁର ପଞ୍ଚାୟତ କୁସୁମାଠେଙ୍ଗ ଗ୍ରାମର ଶନିଶ୍ଚର ମନ୍ଦିର ପ୍ରାଙ୍ଗଣରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ନବମ ବାର୍ଷିକୋତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ରବିବାର ଦିନ ଗ୍ରାମର ମାନସିକ ବ୍ରତଧାରୀ ଶ୍ରଦ୍ଧାଳୁ ନିକଟସ୍ଥ ପ୍ରାଚୀ ନଦୀରୁ ୧୦ ରୁ ଉର୍ଦ୍ଧ ଜଳକଳସ ଆଣି ପୂଜାମଣ୍ଡପରେ ସ୍ଥାପନ କରିଥିଲେ। ଉପସ୍ଥିତ ପଣ୍ଡିତ ବିଦ୍ୟାଭୂଷଣ ମିଶ୍ର ଙ୍କ ଦ୍ବାରା ଯଥାରୀତି ନୀତି ଅନୁଯାଇ ପୂଜାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଭକ୍ତ ପୂଜାରେ ମୁଖ୍ୟକର୍ତ୍ତା ଭାବେ ସୁକାନ୍ତ ମହାରଣା ଓ କର୍ତ୍ତୀଭାବେ ମାମିନା ମହାରଣା ପୂଜା କାର୍ଯ୍ୟରେ ଯୋଗ ଦେଇଥିଲେ । ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଓ ନାମ ସଂକୀର୍ତ୍ତନ କରାଯାଇଥିଲା।ଏଥିସହିତ ମନ୍ଦିର ଆଗରେ ଥିବା ଏକ ମଣ୍ଡପ କୁ ପ୍ରତିଷ୍ଠା କରାଯାଇଥିଲା।ଆଖପାଖ ଅଞ୍ଚଳର ଏକ ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ