ଶନିଶ୍ଚର ଦେବଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ
ନିମାପଡ଼ା ,( ସନ୍ତୋଷ କୁମାର ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ସ୍କୁଲ ଛକ ଠାରେ ପୂଜା ପାଉଥିବା ଶନିଶ୍ଚର ଦେବ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂଜକ ଭାବେ ସନ୍ତୋଷ ଦାଶ ଠାକୁର ଙ୍କ ପୂଜା ନୀତି ଅନୁଷ୍ଠିତ କରିଥିବା ବେଳେ କର୍ତ୍ତା ଭାବେ ରମାକାନ୍ତ ବେହେରା କାର୍ଯ୍ୟ କରିଥିଲେ। ପଣ୍ତିତ ସହଦେବ ମିଶ୍ର ଠାକୁର ଙ୍କ ସମ୍ମୁଖ ରେ ଯଜ୍ଞ କରିଥିଲେ। ନବଘନ ସାହୁ, ରାଜା ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ବେଣୁଧର ଭୋଇ , ପୂର୍ଣ୍ଣ ଚନ୍ଦ୍ର ଭୋଇ ପ୍ରମୁଖ ସହଯୋଗ କରିଥିଲେ। ନୂଆ ପତାକା ପୂଜା କରାଯାଇ ମନ୍ଦିର ରେ ଲାଗି କରା ଯାଇଥିଲା। ମନୋଜ ଦାଶ, ଦେଶବନ୍ଧୁ ସ୍ବାଇଁ, ରାମ ଚନ୍ଦ୍ର ବେହେରା, ଯୋଗେନ୍ଦ୍ର ଭୋଇ, ଲକ୍ଷ୍ମୀଧର ବେହେରା ପ୍ରମୁଖ ଙ୍କ ନେତୃତ୍ବ ରେ ଭଜନ ପରିବେଷଣ ହୋଇଥିଲା।ଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ।


