ଶନିଶ୍ଚର ମନ୍ଦିରର ବାର୍ଷିକ ଉତ୍ସବ ଉଦଯାପିତ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଝୁଣାବାଡି ସ୍ଥିତ ଶନିମନ୍ଦିରର ବାର୍ଷିକ ଉତ୍ସବ ଓ ଶନିଶ୍ଚର ଯଜ୍ଞ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଚାଲିଥିବା ଏହି ଯଜ୍ଞ ଓ ପୂଜାପାଇଁ ସମଗ୍ର ମନ୍ଦିରଟିକୁ ସୁସଜ୍ଜିତ କରାଯାଇଥିଲା । ଶୁକ୍ରବାର ସକାଳ ୯ଟାବେଳେ ନିକଟସ୍ଥ ବାଲେଶ୍ୱର ଜିଲ୍ଲା ରଟିଣା ଗ୍ରାମସ୍ଥିତ ଗଙ୍ଗାସାଗର ପୋଖରୀରୁ କଳଶ ଶୋଭାଯାତ୍ରା ଅଣାଯାଇ ସମସ୍ତ ରିତୀନୀତି ଅନୁଯାଇ ପୂଜାର୍ଚ୍ଚନା କରାଯାଇଥିଲା । ପଣ୍ଡିତ ମାନଗୋବିନ୍ଦ ଦାଶ, ଦେବେନ୍ଦ୍ର ନାଥ ତ୍ରିପାଠୀ, ଅକ୍ଷୟ କୁମାର ମିଶ୍ର, କୈଳାଶ ତ୍ରିପାଠୀଙ୍କ ଦ୍ୱାରା ବେଦମନ୍ତ୍ରରେ ପୂଜାର୍ଚ୍ଚନା କରାଯାଇଥିଲା । ଏଥିପାଇଁ ମନ୍ଦିର ପରିସରଟି ଲୋକାରଣ୍ୟ ହୋଇପଡିଥିବାବେଳେ ପଢ଼ିଆରିପଲ୍ଲୀ, ଝୁଣାବାଡି, ବଣିଆପଙ୍କ, ମହୁଲପଙ୍ଖା ଆଦି ଆଖପାଖ ଗ୍ରାମର ହଜାର ହଜାର ଗ୍ରାମବାସୀ ପୂଜାତ୍ସୋବରେ ସାମିଲ ହୋଇଥିଲେ । ପୁର୍ବତନ ବ୍ଲକ ଅଧ୍ୟକ୍ଷ ପର୍ଶୁରାମ ପେଡା, ସାବିତ୍ରୀ ପେଡା, ପବିତ୍ର ପେଡା, ତପସ୍ୱିନୀ ପେଡା, ବିଜୟ ନାୟକ, ଦାମୋନର ପାଣିଗ୍ରାହୀ, ଚତୁର୍ଭୁଜ ରାଉତ, ଅବନୀକାନ୍ତ ସାହୁ ପ୍ରମୁଖ କର୍ତ୍ତାଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିଲେ । ଏହି ଉତ୍ସବରେ ପୁର୍ବତନ ବିଧାୟକ ମାୟାଧର ଜେନା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ୩୭ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ୩୬ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟା କୌଶଲ୍ୟା ସେଠୀ, ପୁର୍ବତନ ପୌରାଧ୍ୟକ୍ଷ ଶାନ୍ତନୁ ସେଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ସାମିଲ ହୋଇଥିଲେ । ପ୍ରଦୀପ ପେଡା, ପ୍ରମୋଦ ପେଡାଙ୍କ ସମେତ ସ୍ଥାନୀୟ ଲୋକମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ