ଶନିଶ୍ଚର ମହାଗ୍ରହଙ୍କ ୧୫ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବରେ ମହାମନ୍ତ୍ର ମହୋତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯାଜପୁର ଜିଲ୍ଲା ମାନତୀରା ଗ୍ରାମ ତଳସାହିରେ ଥିବା ଶନିଶ୍ଚର ମହାଗ୍ରହଙ୍କ ୧୫ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ତା୨୯.୪.୨୦୨୩ରିଖ ଦିନ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଜନସାଧାରଣଙ୍କ ମନରେ ଆଧ୍ୟାତ୍ମିକ ମନୋଭାବ ଜାଗ୍ରତ କରିବା ପାଇଁ ଏକ ମହାମନ୍ତ୍ର ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅଞ୍ଚଳର ବିଭିନ୍ନ ଗ୍ରାମରୁ ବଛା ବଛା ୫ ଗୋଟି ସଂକୀର୍ତନ ମଣ୍ଡଳି ଯୋଗଦେଇ ମହାମନ୍ତ୍ର ମହୋତ୍ସବରେ ଯୋଗଦାନ କରିଥିଲେ । ସେମାନଙ୍କ ଦ୍ୱାରା ଉଚ୍ଚକୋଟିର ମହାମନ୍ତ୍ର ପରିବେଷଣ ମାନତୀରା ଅଞ୍ଚଳର ଜନସାଧାରଣଙ୍କ ଉପରେ ଗଭୀର ଆକାରରେ ଆଧ୍ମାତ୍ମିକ ପ୍ରଭାବ ପକାଇଥିଲା । ଫଳରେ ପ୍ରତ୍ୟେକ ଲୋକ ଏହି ମହାମନ୍ତ୍ର ପରିବେଷଣ କରୁଥିବା ସଂକୀର୍ତ୍ତନ ମଣ୍ଡଳୀମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ସର୍ବଶେଷରେ ସେମାନଙ୍କୁ ଉପଢ଼ୌକନ, ମେଡାଲ ଏବଂ ମାନପତ୍ର ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ଶନିଶ୍ଚର ମହାଗ୍ରହଙ୍କ ବିଧିମୁତାବକ ଜନ୍ମଉତ୍ସବ ମହାସମାରୋହରେ ପାଳିତ ହୋଇଥିଲା । ଏହି ଉତ୍ସବ ଶନିଶ୍ଚର ପୂଜା କମିଟିର ସଭାପତି ଶ୍ରୀଯୁକ୍ତ ବଳରାମ ପାଳ ଓ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ରାୟଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି ଉତ୍ସବକୁ ପରିଚାଳନା କରିଥିଲେ ।