ଶନି ମନ୍ଦିରରେ ବାର୍ଷିକ ଉତ୍ସବ ଉଦ୍‌ଯାପିତ

ବନ୍ତ, (ଯୁଗାବ୍ଦ ନ୍ୟୁଜ୍‌) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ବଉଳସାହିସ୍ଥିତ ଶନି ମନ୍ଦିରରେ ୩ଦିନ ଧରି ଅନୁଷ୍ଠିତ ଅଷ୍ଟମ ବାର୍ଷିକ ଉତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି । ପ୍ରାରମ୍ଭରେ ଅଧିବାସ, ଯଜ୍ଞଶାଳା ମଣ୍ଡପର ସଂସ୍କାର, ପ୍ରତିଷ୍ଠା ଯଜ୍ଞ, ଶନିଦେବଙ୍କ ସ୍ୱତନ୍ତ୍ର ପୂଜା ଓ ଗୀତାଯଜ୍ଞ ଅନୁଷ୍ଠିତ ହୋଇଥିଲା । ବାଦଲ କୁମାର ବାରିକ, ସୁଶାନ୍ତ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ୨୧ ଜଣ ଦମ୍ପତି ପୂଜାକାର୍ଯ୍ୟରେ ସଂକଳ୍ପ କରିଥିଲେ । ପୂଜକ ପଣ୍ଡିତ ହରେକୃଷ୍ଣ ପତି, ଶଶୀଭୂଷଣ ପାଣିଗ୍ରାହୀ ସମସ୍ତ ପୂଜା ଦାୟୀତ୍ୱ ତୁଲାଇଥିଲେ । ଗତ ୮ ବର୍ଷ ତଳେ ଏହି ଗ୍ରାମରେ ଶନିଦେବଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ