ଶନି ମନ୍ଦିରର ବାର୍ଷିକ ଉତ୍ସବ ନେଇ ପ୍ରସ୍ତୁତି

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଅନ୍ତର୍ଗତ ଘରପଦାସ୍ଥିତ ଶନି ମନ୍ଦିରର ଗ୍ରହରାଜ ଶ୍ରୀ ଶ୍ରୀ ଶନିଦେବଙ୍କର ୨ୟ ବାର୍ଷିକ ଯଜ୍ଞ ମହୋତ୍ସବ ପାଳନ ନେଇ ପ୍ରସ୍ତତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୪ ତାରିଖରେ ଅଧିବାସ, ଅଙ୍କୁରାରୋପଣ, ଜଳଯାତ୍ରା, ୫ ତାରିଖରେ ଯଜ୍ଞାରମ୍ଭ, ଗ୍ରହଉପଚାର ପୂଜା, ପୂର୍ଣ୍ଣାହୂତି କାର୍ଯ୍ୟ ଅନୁଷ୍ଠିତ ହେବ । ଚଳିତ ବର୍ଷ ପୂଜା ଉତ୍ସବକୁ ଅଧିକ ସରସ ସୁନ୍ଦର କରାଯିବା ନେଇ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମର ଶତାଧିକ ଭକ୍ତ ରୁଣ୍ଡିଭୂତ ହେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ କୈଳାସ ଚନ୍ଦ୍ର ଚଢେଇ, ଉର୍ମିଳା ଚଢେଇଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ