ଶପଥଗ୍ରହଣ ପାଇଁ ଲକ୍‌ଡାଉନ୍‌କୁ ବିଳମ୍ବିତ କରିଥିଲେ ମୋଦି : ୟେଚୁରୀ

ଭୋପାଳ : ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ଏହାକୁ ନେଇ ରାଜନୀତି ଜାରି ରହିଛି । ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ନରେନ୍ଦ୍ର ମୋଦି ଜାଣିଶୁଣି ଲକ୍‌ଡାଉନ୍‌ ଲାଗୁ କରିବାରେ ବିଳମ୍ବ କରିଥିଲେ ବୋଲି ସିପିଆଇ ନେତା ସୀତାରାମ ୟେଚୁରୀ ପ୍ରକାଶ କରିଛନ୍ତି । ଗୋଟିଏ ରାଜ୍ୟର କ୍ଷମତା ଦଖଲ ପାଇଁ ବିଜେପି ସରକାର ଲକ୍ଷାଧିକ ଜନତାଙ୍କ ଜୀବନକୁ ବିପଦ ମଧ୍ୟକୁ ଠେଲି ଦେଇଛନ୍ତି ବୋଲି ୟେଚୁରୀ ଅଭିଯୋଗ କରିଛନ୍ତି । ମଧ୍ୟପ୍ରଦେଶରୁ ଗୋଟିଏ ଦିନରେ ୩୬୧ ନୂତନ ସଙ୍କ୍ରମଣ ସମ୍ମୁଖକୁ ଆସିବା ପରେ ୟେଚୁରୀ ଏହି ଅଭିଯୋଗ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୨୩ ତାରିଖରେ ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ଏପରି ପଦକ୍ଷେପର ଜବାବ ଜନତା ଦେବେ ବୋଲି ୟେଚୁରୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ