ଶପଥପାଠ ଉତ୍ସବ ଓ ଶିକ୍ଷାନୀତି ବ୍ୟବସ୍ଥା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନିଖିଳ ଉତ୍କ ପ୍ରାଥମିକ ଶିକ୍ଷକ ଫେଡ଼େରେସନର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କର ଶପଥପାଠ ଉତ୍ସବ ଏବଂ ଶିକ୍ଷାନୀତିର ବ୍ୟବସ୍ଥା ଉପରେ ଆଲୋଚନା ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ହୋଟେଲ ପାରାଡ଼ାଇଜରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସର୍ବଭାରତୀୟ ପ୍ରାଥମିକ ଶିକ୍ଷକ ଫେଡ଼େରେସନର ସଚିବ ଶ୍ରୀଯୁକ୍ତ କମଳା ତ୍ରିପାଠୀ, ମୁଖ୍ୟ ବକ୍ତା ଦାସ ବେନହୁର ଓ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷା ଯୁଗକ ନିର୍ଦ୍ଦେଶକ ଧ୍ରୁବ ଚରଣ ପରିଡ଼ା ଏବଂ ପୂର୍ବତନ ବାଲିପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ଆଦିତ୍ୟ ଯୋଗ ଦେଇଥିଲେ । ଫେଡ଼େରେସନର ନବନିର୍ବାଚିତ ସଭାପତି ଶ୍ରୀମତୀ ଅନିତା ମେହେର ଓ ସମ୍ପାଦକ ବାବୁବାହାନ ଭୋଇ ଉପସ୍ଥିତ ଥିଲେ । ପୂର୍ବତନ ସମ୍ପାଦକ କାହ୍ନୁଚରଣ ମହାନ୍ତି ସଭା ପରିଚାଳନା କରିଥିଲେ । ଏଥିରେ ଶିକ୍ଷକ ମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ ଓ ସମସ୍ୟକୁ ଯଥାଶୀଘ୍ର ସରକାରଙ୍କ ପାଖରେ ପହଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ନିର୍ବାଚିତ ସଭାପତି ଓ ସମ୍ପାଦକ ସମସ୍ତେ ଏକାଠି ହୋଇ ଚାଲିବାକୁ ଅନୁରୋଧକ କରିବା ସହିତ ଏକତା ହିଁ ବଳ ବୋଲି କହିଥିଲେ । ଶେଷରେ କୋଷାଧ୍ୟକ୍ଷ ରତ୍ନାକର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଭୁବନେଶ୍ୱର ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ସେନାପତିଙ୍କୁ ସମ୍ମାନିତ କରାଯାଇଥିଲା ।


