ଶପଥ ଉତ୍ସବକୁ ମୋଦିଙ୍କୁ ନିମନ୍ତ୍ରଣ କଲେ କେଜରୀଓ୍ବାଲ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଅରବିନ୍ଦ କେଜ୍‌ରୀଓ୍ବାଲ ଆସନ୍ତା ୧୬ ତାରିଖ ଦିନ ଶପଥ ଗ୍ରହଣ କରିବେ। ଆମ୍‌ ଆଦ୍‌ମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରୀଓ୍ବାଲ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ର ଭାବେ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ଅରବିନ୍ଦ କେଜରୀଓ୍ବାଲ। ଦିଲ୍ଲୀ ବିଧାନସଭାରେ ଆପ୍‌ର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରବିନ୍ଦ କେଜ୍‌ରୀଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରାମଲୀଲା ମୈଦାନରେ ଅରବିନ୍ଦ କେଜରୀଓଙ୍ବାଲ ନିଜ କ୍ୟାବିନେଟ୍‌ ସହିତ ଶପଥ ଗ୍ରହଣ କରିବେ। ଏହି ଅବସରର ଅରବିନ୍ଦ କେଜରୀଓ୍ବାଲ ଏକ ଅଡିଓ ମେସେଜ୍‌ ଜରିଆରେ ପୂରା ଦିଲ୍ଲୀବାସୀଙ୍କୁ ଏହି ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ ଜଣାଇଛନ୍ତି। ସେହିପରି ଏହି ଉତ୍ସବ ସମାରୋହକୁ ଜଣେ ଖାସ୍‌ ଅତିଥି ଯୋଗ ଦେଉଛନ୍ତି। ଏହି ଖାସ୍‌ ଅତିଥି ଜଣକ ହେଉଛନ୍ତି କୁନି ମଫଲରମ୍ୟାନ୍‌। ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଦିନ ଛୋଟ ଶିଶୁ ଅରବିନ୍ଦଙ୍କ ଗେଟ୍‌ଅପ୍‌ରେ ଆସି ବେଶ୍‌ ଚର୍ଚ୍ଚାରେ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ