ଶପଥ ନେଲେ ଓକିଲ ସଂଘର କର୍ମକର୍ତ୍ତା
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ମାନେ ବୁଧବାର ଶପଥଗ୍ରହଣ କରିଛନ୍ତି । ଛତ୍ରପୁର ଓକିଲ ସଂଘ କାର୍ଯ୍ୟାଳୟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଓକିଲ ସଂଘର ସଭାପତି ଭାବେ ପ୍ରଦୀପ କୁମାର ପାଢୀ ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ଭାବେ ସିମାଞ୍ଚଳ ମହାପାତ୍ର, ସମ୍ପାଦକ ଭାବେ ଏଲ. ଗୋପାଳ ରାଓ, ଯୁଗ୍ମ ସମ୍ପାଦକ ଭାବେ ବିଶ୍ୱ ଭୂଷଣ ପାଢୀ, ସହ ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ମୁଦୁଲୀ, କୋଷାଧ୍ୟକ୍ଷ ଭାବେ ସମୀର କୁମାର ପାଣିଗ୍ରାହୀ, ଲାଇବ୍ରେରୀ ସମ୍ପାଦକ ଭାବେ ଜିତୁନ କୁମାର ପାଢୀ ଓ କାର୍ଯ୍ୟକାରୀ ସଦସ୍ୟ ଭାବେ କେ. କୋମଳ ଲୋଚନ ଦାସ ନିର୍ବାଚିତ ହୋଇଥିଲେ । ଛତ୍ରପୁର ଓକିଲ ସଂଘର ବରିଷ୍ଟ ଆଇନଜୀବୀ ସୁର୍ଯ୍ୟ ନାରାୟଣ ସାମନ୍ତରା ସମସ୍ତ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସି. ଏଚ୍. ସୁର୍ଯ୍ୟ ନାରାୟଣ ରେଡ୍ଡୀ ପରିଚାଳନା କରିଥିବା ବେଳେ ସହ ନିର୍ବାଚନ ଅଧିକାରୀ ସନ୍ତୋଷ କୁମାର ସାହୁ ଓ ଦେବେନ୍ଦ୍ର ମିଶ୍ର ସହଯୋଗ କରିଥିଲେ । ଛତ୍ରପୁର ଓକିଲ ସଂଘ ରେ ମୋଟ ୧୬୮ ଜଣ ସକ୍ରିୟ ସଭ୍ୟ ରହିଥିବା ବେଳେ ୧୬୧ ଜଣ ସଭ୍ୟ ମତଦାନ କରିଥିଲେ । ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଆଇନଜୀବୀ ଭୈରବୀ କୁମାର ପଟ୍ଟନାୟକ, ରାମକୃଷ୍ଣ ଦାସ ଓ ରାମଚନ୍ଦ୍ର ବେହେରାଙ୍କ ସମେତ ବହୁ ଆଇନଜୀବୀ ମାନେ ଉପସ୍ଥିତ ଥିଲେ ।


