ଶବକୁ ନେଇ ଟଣା ଓଟରା,ପୋଲିସ ହସ୍ତକ୍ଷେପ ପରେ ଶବ ସତ୍କାର

ହିଞ୍ଜିଳି କାଟୁ,(ଶେଷଦେବ ସାହୁ):ଜଣେ ବୟସାଧିକ୍ୟ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ମୃତକର ପତ୍ନୀ ଓ ପୁଅ ଙ୍କ ମଧ୍ୟରେ ଟଣା ଓଟରା ଶେଷରେ ପୋଲିସ ର ହସ୍ତକ୍ଷେପ ଫଳରେ ଶବ ସତ୍କାର ହେବା ଘଟଣା ମଙ୍ଗଳବାର ସ୍ଥାନୀୟ ଥାନା ଅଞ୍ଚଳରେ ବେଶ ଚର୍ଚ୍ଚା ହୋଇଛି।କରୋନା ଭୁତାଣୁ ସଂକ୍ରମଣ ପରିସ୍ଥିତି ନିୟନ୍ତ୍ରଣ ନେଇ ଲକଡାଉନ କାର୍ଯ୍ୟରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ପୋଲିସ ଉକ୍ତ ଘଟଣାରେ ନାକେଦମ ହେବା ସହ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ ପ୍ରକାରେ ପରିବାର ଲୋକଙ୍କୁ ସତ୍କାର ପାଇଁ ଶବ ହସ୍ତାନ୍ତର କରିଛି ଓ ଅଭିଯୋଗ କାରୀର ୨ ଜଣ ସମ୍ପର୍କୀୟ ଙ୍କୁ ଖୋଜୁଥିବା ଜଣାପଡିଛି।ଦୀର୍ଘ ୧୨ଘଣ୍ଟା ଧରି କସରତ ପରେ ଶେଷରେ ଗ୍ରାମବାସୀ ଙ୍କ ସହାୟତାରେ ଶବ ସତ୍କାର ହୋଇଥିବା ଜଣାପଡିଛି।ପୋଲିସ ସୂଚନା ପ୍ରକାରେ ସୋମବାର ଅପରାହ୍ନ ପ୍ରାୟ ୫ଟା ସମୟରେ ହିଂଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମର ଉଦୟ ଦଳାଇଙ୍କ ବୟସାଧିକ୍ୟ କାରଣରୁ ସ୍ୱାଭାବିକ ମୃତ୍ୟୁ ହୋଇଥିଲା।ଏହାକୁ ନେଇ ଝିଅ ଘର ରାଳବରେ ରହୁଥିବା ପତ୍ନୀ ଅପି ଦଳାଇ ତାଙ୍କ ସ୍ୱାମୀଙ୍କୁ ବଡ଼ପୁଅ ଓ ବୋହୁ ହତ୍ୟା କରିଛନ୍ତି ବୋଲି ସ୍ଥାନୀୟ ଥାନାରେ ମୌଖିକ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ଗ୍ରାମରେ ପହଞ୍ଚି ଶବକୁ ଜବତ କରିବା ସହ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲା।ପରେ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଙ୍କ ସୂଚନା କ୍ରମେ ଗଞ୍ଜାମ ପୋଲିସ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ ହିଂଜିଳି ଥାନାରେ ପହଞ୍ଚି ଘଟଣାର ବିଚାର ବିମର୍ଷ କରିଥିଲେ।ଘଟଣାର ପ୍ରାଥମିକ ତଦନ୍ତ ଓ ଗ୍ରାମବାସୀଙ୍କ ସହ ଆଲୋଚନା ପରେ ଅଭିଯୋଗ ଭିତ୍ତିହୀନ ବୋଲି ପୋଲିସ ଜାଣିପାରିଥିଲା।ପରେ ବଡ ପୁଅ ବଂଶୀକୁ ପୋଲିସ ମଙ୍ଗଳବାର ଶବ ହସ୍ତାନ୍ତର କରିଛି। ସାନପୁଅ ରାଜ୍ୟ ବାହାରେ ଥିବାରୁ ଗ୍ରାମବାସୀ ଙ୍କ ସହାୟତାରେ ଶବ ସତ୍କାର କରାଯାଇଛି। ଅଭିଯୋଗକାରୀ ଅପିଙ୍କ ୨ ଜଣ ସମର୍କୀୟକୁ ମଧ୍ୟ ପୋଲିସ ଖୋଜୁଥିବା ଜଣାପଡିଛି।କରୋନା ମୁକାବିଲା ପାଇଁ ଦିନ ରାତି ଏକ କରି ସଚେତନ କରୁଥିବା ପୋଲିସ ଭିତ୍ତିହୀନ ଅଭିଯୋଗ ପାଇଁ ବେଶ ହୀନସ୍ତା ହୋଇଛି। ଘଟଣାରେ ପୋଲିସ କୁ ସାଧୁବାଦ ମିଳିଥିଲା ବେଳେ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ