ଶବଦାହକୁ ନେଇ ଉତ୍ତେଜନା 

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନିକଟରେ ରହିଥିବା ସନ୍ଧିନାଳ ପାର୍ଶ୍ଵ ଜଙ୍ଗଲ କିସମ ଜାଗା ପ୍ଳଟ ନଂ ୬୦୬ ରେ କିଛି ଲୋକ ବାସ ଘର କରି ରହୁଥିବାବେଳେ ଏହା ନିକଟରେ ଅଡବା ନୂଆଁ ଖ୍ରୀଷ୍ଟିଆନ ସାହିର ଲୋକେ ୩ ବର୍ଷ ହେଲା ଶବ ଦାହ କରି ଆସୁଛନ୍ତି । ମଙ୍ଗଳବାର ଦିନ ଏକ ମୃତ ବ୍ୟକ୍ତିଙ୍କ ଶବ ସମାଧି କରିବାପାଇଁ ଉକ୍ତ ସ୍ଥାନକୁ କିଛି ଖ୍ରୀଷ୍ଟଧର୍ମାବଲମ୍ବୀ ଆସିବାରୁ ଅଡବା ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ସେଠାରେ ଉତେଜନା ଦେଖାଦେଇଥିଲା । ଖବର ପାଇ ମୋହନା ତହସିଲଦାର କିଶୋର ଚନ୍ଦ୍ର  ଦାସ, ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କ ଅଭିଯୋଗ ଶୁଣିବାପରେ ଜାତୀୟ ରାଜପଥଠାରୁ ୭୦ ମିଟର ଦୂରତା ମଧ୍ୟରେ ଉକ୍ତ ସ୍ଥାନରେ ଗୁହ ନିର୍ମାଣ ଓ ସମାଧି ନକରିବା ପାଇଁ ପରାମର୍ଶ ଦେଇଥିଲେ । ଯଦି ଏଥିରେ ବ୍ୟତିକ୍ରମ ଘଟେ ତେବେ ଆଇନ ଅନୁଯାୟୀ ଖିଲାପକାରୀଙ୍କ ପ୍ରତି ଦୁଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ