ଶବରୀ ଉତ୍ସବ ୨୦୧୯୧୪ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଶବରୀ ଉତ୍ସବ ମହାମିଳନ ପର୍ବ ଅଧିବକ୍ତା ସୂର୍ଯ୍ୟନାରାୟଣ ଦାସଙ୍କ ସଭାପତିତ୍ୱରେ ଜୟଦେବ ଭବନଠାରେ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ପାଳିତ ହୋଇଯାଇଛି ।
ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜଷ୍ଟିସ ରଘୁବୀର ଦାସ ଯୋଗଦେଇ ଏହି ଅନୁଷ୍ଠାନ କଳା ଓ ସଂସ୍କୃତି କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ କରିଥିବା ଏହାର ମୁଖ୍ୟ ଜଣେ ମହିଳା ଅଧିବକ୍ତା କରିପାରି ଥିବାରୁ ତାଙ୍କର ଭୂୟସୀ ପ୍ରଶଂସା କରିବା ସହ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପଣ୍ଡିତ ଉମେଶ ଚନ୍ଦ୍ର କର, ମାନସ ରଞ୍ଜନ ଦାଶ, ଅଧିବକ୍ତା ଜୟନ୍ତ କୁମାର ମିଶ୍ର ଯୋଗଦେଇ ଅନୁଷ୍ଠାନର କଳା ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟ କରୁଥିବାରୁ ପ୍ରଶଂସା କରିବା ସହ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ । ଅନୁଷ୍ଠାନର ସମ୍ପାଦିକ ଅଧିବକ୍ତା ସଂଘମିତ୍ର ପରିଡ଼ା (ରିଙ୍କି) କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିବିଶେଷ ନାଚୁଣୀ ସମ୍ମାନ ଗୁରୁ ମିନାକ୍ଷୀ ବେହେରା, ଗାଉଣୀ ସମ୍ମାନ ଗୁରୁ ଶ୍ରୀ ବିଜୟ କୁମାର ଜେନା, ବାଜୁଣୀ ସମ୍ମାନ ଗୁରୁ ଶ୍ରୀ ସୁରମଣି ରମେଶ ଚନ୍ଦ୍ର ଦାସ, ଲୋକ କଳା ବିଭୂଷଣ ସମ୍ମାନ ଗାୟନ ସୁରେନ୍ଦ୍ର ନାଥ ଛୋଟରାୟ, ଶିକ୍ଷା ସୌରଭ ସମ୍ମାନ ଶ୍ରୀମତୀ ସୌଦାମିନୀ ଆ•ର୍ଯ୍ୟ, ନ୍ୟାୟଧୀଶ ସମ୍ମାନ ପ୍ରକାଶ ଚନ୍ଦ୍ର ମିଶ୍ର, ନ୍ୟାୟଜ୍ୟୋତି ସମ୍ମାନ ଡଃ ଗୌରୀ ଶଙ୍କର ରାମ, ବଦ୍ୟରାଜ ସମ୍ମାନ ଡଃ ଅକ୍ଷୟ ମିଶ୍ର, କଳା ସମ୍ରାଟ ମିହିର କୁମାର ସ୍ୱାଇଁ, ସାହିତ୍ୟ ସୌରଭ ସମ୍ମାନ ଗୋବିନ୍ଦ ପଟ୍ଟନାୟକ, ପ୍ରଭାଦୀପ ସମ୍ମାନ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର, ସେବାଶ୍ରୀ ସମ୍ମାନ ପ୍ରଦୀପ କୁମାର ପୃଷ୍ଟି, ଗୌରଚନ୍ଦ୍ର ପରିଡ଼ା ଜୀବନାୟନ ସମ୍ମାନ ନାଗେଶ୍ୱର ମହାନ୍ତି, ଦିବ୍ୟାଙ୍ଗ କଳା ସମ୍ମାନ ଅଜୟ କୁମାର ରାଉତଙ୍କୁ ମୁଖ୍ୟ ଅତିଥି ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ସୁଶିଲ କୁମାର ସୁଆଳସିଂଙ୍କ ତତ୍ତ୍ୱାବଧାନରେ ପ୍ରକାଶିତ ମଣୋହି ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ ଶିଳ୍ପୀ ହରପ୍ରିୟା ସ୍ୱାଇଁ, ବିଶିଷ୍ଟ ନୃତ୍ୟଶିଳ୍ପୀ ମିନାକ୍ଷୀ ବେହେରା, ସଂଘମିତ୍ରା ପରିଡ଼ା, ମମତା ଦାସ ଏବଂ ଅନୁଲିଷ୍କା ପ୍ରଧାନ ପ୍ରମୁଖଙ୍କ ନୃତ୍ୟ ସାଙ୍ଗକୁ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ମୃତ୍ୟୁଞ୍ଜୟ ରଥ । ଏହା ଦର୍ଶକମାନଙ୍କର ବେଶ୍ ମନମୁଗ୍ଧକର ହୋଇପାରିଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସୌଦାମିନୀ ମହାପାତ୍ର, ରବିନାରାୟଣ ମିଶ୍ର, ଡଃ ବିଜୟଲକ୍ଷ୍ମୀ ପଟ୍ଟନାୟକ, ବାବୁ ସିଂ, ଶୋଭା, ଲୁସି, ଗାୟତ୍ରୀ, ଉର୍ମିଳା, ଗୁଡୁ, ରିୟା ଓ ସନ୍ଧ୍ୟା ପ୍ରମୁଖଙ୍କ ସହଯୋଗରେ ବେଶ୍ ସଫଳ ହୋଇପାରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ