ଶବସତ୍କାର ପରେ ରିପୋର୍ଟ ଆସିଲା ପଜିଟିଭ, ଶବସତ୍କାର ପାଇଁ ଯାଇଥିବାଙ୍କ ମନରେ ଛନକା, ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳର ଜଣେ ପ୍ରାପ୍ତ ବୟସ୍କଙ୍କ ଭୂବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିିତ୍ସାଧିନ ସମୟରେ ସୋମବାର ମୃତ୍ୟୁ ଘଟିଥିଲା । ପରେ ପରିବାର ସଦସ୍ୟ ମୃତ ଶରୀରକୁ ଗ୍ରାମକୁ ଆଣିବା ପରେ ମଙ୍ଗଳବାର ପୈତୃକ ଗ୍ରାମ ସ୍ଥାନୀୟ ବ୍ଳକ ଚାନ୍ଦୁଲି ଗ୍ରାମ ଶଶ୍ମାନରେ ଦାହ କରାଯାଇଥିଲା । ମୃତକଙ୍କ ରିପୋର୍ଟ ପଜିଟିଭ ଜଣାପଡ଼ିବା ପରେ ଶବ ସତ୍କାର କରିବାକୁ ଯାଇଥିବା ବ୍ୟକ୍ତିଙ୍କ ମନରେ ଛନକା ପଶିଛି । ଶବ ସତ୍କାର କରିବାକୁ ଯାଇଥିବା ଚାନ୍ଦୁଲି ଗ୍ରାମର ୧୬ ଜଣଙ୍କୁ ପଂଚାୟତ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ବ୍ଳକ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ପ୍ରକାଶ ଯେ, ସ୍ଥାନୀୟ ପୌରାଂଚଳର ଜଣେ ପ୍ରାପ୍ତ ବୟସ୍କଙ୍କ କୌଣସି ରୋଗରେ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ସକାଶେ ଭୂବନେଶ୍ୱର ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ସମୟରେ ସେହି ଦିନ ରାତିରେ ହିଁ ମୃତ୍ୟୁ ଘଟିଥିଲା । ମୃତକଙ୍କ ଶବକୁ, ଉପସ୍ଥିତି ପରିଜନ ପ୍ରଥମେ ହିଞ୍ଜିଳିକାଟୁ ଓ ପରେ ସତ୍କାର ସକାଶେ ପୈତୃକ ଗ୍ରାମ ଚାନ୍ଦୁଲି ଶଶ୍ମାନକୁ ନିଆଯାଇଥିଲା । ସତ୍କାର ସକାଶେ ଚାନ୍ଦୁଲି ଗ୍ରାମ ସମେତ ସ୍ଥାନୀୟ ପୌରାଂଚଳର ୫୦ରୁ ଉର୍ଦ୍ଧ୍ୱ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ତେବେ ମୃତକଙ୍କ ସ୍ୱାବ ରିପୋଟଁ ପଜିଟିଭ ଜଣାପଡ଼ିବା ପରେ ସତ୍କାର କରିବାକୁ ଯାଇଥିବା ଆତ୍ମୀୟ ସ୍ୱଜନଙ୍କ ମନରେ ଛନକା ପଶିଛି । ଶବ ସତ୍କାର କରିବାକୁ ଯାଇଥିବା ଚାନ୍ଦୁଲି ଗ୍ରାମର ୧୬ ଜଣଙ୍କୁ ପଂଚାୟତ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ବିଡ଼ିଓ ପ୍ରସନ କୁମାର ପରାମର୍ଶ ଦେଇଛନ୍ତି । ଅନ୍ୟ ପକ୍ଷରେ ସ୍ଥାନୀୟ ପୌରାଂଚଳର କେଉଁ କେଉଁ ମାନେ ଶବ ସତ୍କାର କରିବାକୁ ଯାଇଥିଲେ ସେମାନଙ୍କ ଟ୍ରେସିଂ ଚାଲିଛି । ମୃତକଙ୍କ ଶବ ସତ୍କାର ଓ ସଂସ୍ପଶରେ ଆସିଥିବା ବ୍ୟକ୍ତିଙ୍କ ସ୍ୱାବ ପରୀକ୍ଷା କରାଯିବ ଓ କେଉଁ ମାନେ ସଂକ୍ରମଣ ରହିଛନ୍ତି ରିପୋର୍ଟ ମିଳିବା ପରେ ସ୍ପଷ୍ଟ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ