ଶବ୍ଦାଲୋକ ଓ ଚିତ୍ରାଳୟ ସଂଘର ମାସିକ ବୈଠକ ଅନୁଷ୍ଠିତ
ଗଞ୍ଜାମ (ଯୁଗାବ୍ଦ ନ୍ୟୁଜ ) ଗଞ୍ଜାମ ଜିଲ୍ଲା ଶବ୍ଦାଲୋକ ଓ ଚିତ୍ରାଳୟ କାର୍ଯ୍ୟାଳୟ ସଂଘର ମାସିକ ବୈଠକ ନୂଆଁଗାଁ ଥାନା ସନ୍ନିକଟ ମା ରତ୍ନେଇ ପୀଠଠାରେ ସଂଘ ସଭାପତି ଶ୍ରୀକାନ୍ତ କୁମାର ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପଦେଷ୍ଟା ସୁବାସ ଚନ୍ଦ୍ର ସାହୁ ରୋଶନ ଏଥିରେ ଅତିଥି ଭାବରେ ଯୋଗଦେଇ ଶୁଭାରମ୍ଭ କରିବା ସହିତ ସଂଘର ସରକାରୀ ପଞ୍ଜୀକରଣ ସମ୍ପର୍କରେ ଗୁରୁତ୍ୱାରୋପ କରି ସଂଘ ସଦସ୍ୟ , କାରିଗର ଭାଇମାନଙ୍କ ଉନ୍ନତି ତଥା ବିକାଶ କ୍ଷେତ୍ରରେ ଏହି ସଂଘ ପଦକ୍ଷେପ ନେଇ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସମଗ୍ର ଜିଲ୍ଲାର କାରିଗର ଭାଇମାନେ ସଂଘରେ ସାମିଲ କରେଇବା ନେଇ ଆଲୋଚନା କରାଯାଇଥିଲା । ସର୍ବଶ୍ରୀ ଡମ୍ବୁରୁଧର ପ୍ରଧାନ, ଶରତ ଚନ୍ଦିର ଦାସ, ରବିନ୍ଦ୍ର କୁମାର ଦାସ , କାହ୍ନା ପଣ୍ଡା , ପ୍ରଫୁଲ୍ଲ ନାୟକ , ସୁବାସ ରଣା ପ୍ରମୁଖ ବୈଠକ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ସଂଘର ସଂପାଦକ ଶିବରାମ ସେଠୀ ଆଗାମୀ ବୈଠକ ଜୁଲାଇ ୨୮ ତାରିଖ ପାଟପୁରଠାରେ ଅନୁଷ୍ଠିତ କରାଯିବା ସଂପର୍କରେ ସୁଚନା ଦେଇ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।


