ଶବ୍ଦ ପ୍ରତି ସର୍ବଦା ସତର୍କ ଥାଏ ମସ୍ତିଷ୍କ
ଆମର ମସ୍ତିଷ୍କ ସବୁବେଳେ ଆଖପାଖରେ ହେଉଥିବା ଶବ୍ଦ ପ୍ରତି ସତର୍କ ରହିଥାଏ । କାହା ସହିତ କଥା ହେବା ବେଳେ ବି ତାହା ରହିଥାଏ । ଯଦି ସେହି ଶବ୍ଦରେ ସାମାନ୍ୟତା ପରିବର୍ତ୍ତନ ଘଟେ, ତେବେ ଶବ୍ଦ କେଉଁଠାରୁ ଆସୁଛି, ତାହା ସହଜରେ ଜଣାପଡ଼ିଯାଏ । ଏ ସମ୍ପର୍କରେ ନିକଟରେ ସୁଇଜରଲାଣ୍ଡର ଜେନେଭା ସ୍ଥିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା କରାଯାଇଥିଲା । ଦୃଷ୍ଟି ଓ ଶ୍ରବଣ ଏପରି ଦୁଇଟି ଇନ୍ଦ୍ରିୟ, ଯାହା ବ୍ୟକ୍ତିକୁ ଉଭୟ ପରିସ୍ଥିତିର ପତା ଲଗାଇବାରେ ସକ୍ଷମ ହୋଇଥାଏ । ତେବେ କାନ ଭଳି ଆଖି ବି ଆଖପାଖର ଜାଗାରେ ୩୬୦ ଡିଗ୍ରୀର ବିଷୟ ଜାଣିବାକୁ ଅନୁମତି ଦେଇ ନଥାଏ । ଶୁଣିବା ସମୟରେ ମସ୍ତିଷ୍କର ପ୍ରତିକ୍ରିୟାକୁ ଯାଞ୍ଚ କରିବା ଲାଗି ଗବେଷକମାନେ ୨୨ଟି ମଣିଷ ସ୍ୱରର ଲଘୁ ଧ୍ୱନି (୬୦୦ ମିଲିସେକେଣ୍ଡ)କୁ ପ୍ରସ୍ତୁତ କରିଥିଲେ । ଦୁଇଟି ଲାଉଡ ସ୍ପିକର୍ ମାଧ୍ୟମରେ ଏହି ଶବ୍ଦକୁ ୩୫ ଜଣ ଲୋକଙ୍କୁ ଶୁଣାଗଲା । ଏହି ସମୟରେ ମସ୍ତିଷ୍କର ଗତିବିଧିକୁ ମପାଯାଇଥିଲା । ୟୁଏନ ଆଇଜିଆଇର ଗବେଷକ ଲିୟୋନାର୍ଡେ ସେରାବୋଲା କହିଛନ୍ତି ଯେ, କ୍ରୋଧରେ ସମ୍ଭାବିତ ଆଶଙ୍କାର ସଙ୍କେତ ରହିଛି । ଠିକ୍ ସେହିପରି କଷ୍ଟକର ପରିସ୍ଥିତିରେ ଆମର ଅସ୍ତିତ୍ୱ ସହଜରେ ଜଣାପଡ଼ିଯାଇଥାଏ ।