ଶବ ଦାହ କରିବା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କଲା ୟୁଥ ମାସ ସେବା ସଂଘ
ଛତ୍ରପୁର (ଓ୍ବାଇଏନ୍ଏସ୍) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟୁଥ୍ ମାସ୍ ସେବା ସଂଘ ପକ୍ଷରୁ ମଙ୍ଗଳବାର ଏକ ଅସହାୟ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ମୁତାବକ ଗଞ୍ଜାମ ବ୍ଲକ୍ ର ପୁଇଁତୋଳା ଗ୍ରାମର ଜନୈକ ମହିଳାଙ୍କ ମୃତ୍ୟୁ କୌଣସି କାରଣରୁ ହୋଇଥିବାରୁ ତାଙ୍କର ଶବ ବ୍ୟବଚ୍ଛେଦ ନିମନ୍ତେ ଛତ୍ରପୁର ମେଡ଼ିକାଲରେ ରଖାଯାଇଥିଲା । ଆଜି ତାଙ୍କର ଶବ ବ୍ୟବଚ୍ଛେଦ ହେବା ପରେ ଶବ ଦାୟ କରିବା ନିମନ୍ତେ ୟୁଥ୍ ମାସ୍ ସେବା ସଂଘ ପକ୍ଷରୁ ଶବ ଦାହ ଓ ଆମ୍ବୁଲାନ୍ସ ଯୋଗେ ଶବକୁ ଘରକୁ ନେବା ନିମନ୍ତେ ୭ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସେହି ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏଥିରେ ୟୁଥ୍ ମାସ୍ ସେବା ସଂଘର ସମ୍ପାଦକ ସୟଦ୍ ମୁକ୍ତାର, ସହ ସଂପାଦକ ତ୍ରିଲୋଚନ ବେହେରା, ଏମ୍. ରାଜେଶ, ସତ୍ୟ ନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।