ଶବ ସଂସ୍କାର ପାଇଁ ରାସ୍ତାରୋକ

ହାଟଡିହି, (ବିକାଶ ବିଶ୍ୱାଳ) :ଶବ ସଂସ୍କାର କେଉଠି ହେବ ଏହାକୁ ନେଇ ରାସ୍ତାରୋକ ଓ ପୁଲିସ ହସ୍ତକ୍ଷେପ ପରେ ଶବ ସଂସ୍କାର ହେବା ଘଟଣା ବିଦ୍ୟାଧରପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ ଜଣାଯାଇଛି ଯେ ଗତକାଲି ବିଦ୍ୟାଧରପୁର ବଜାରରେ ରହୁଥିବା ଟ୍ରକ ମାଲିକ ଭୀମସେନ ବେହେରାଙ୍କ କେନ୍ଦୁଝରରେ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଆଜି ଅପରାହ୍ନରେ ତାଙ୍କ ବିଦ୍ୟାଧରପୁର ବଜାରରେ ମରଶରୀର ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶରେ ତାଙ୍କ ବାସଭବନକୁ ନିଆଯାଇଥିଲା । ଏଥିରେ ଟ୍ରକ ମାଲିକ ସଂଘର ସଭାପତି ରମାକାନ୍ତ ନାୟକ, ରବିନ୍ଦ୍ର ପୁହାଣ, ସୋମନାଥ ଦାସ, ଶତୃଘ୍ନ ପାତ୍ର, ବାବୁଲି ଲେଙ୍କା, ଝୁଲୁ ଆୟଚଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକାକୁଳ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ନିଜ ଘର ବାଡିରେ ଶବ ସତ୍କାର ପାଇଁ ବ୍ୟବସ୍ଥା କରାଯାଉ ଥିବାବେଳେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ସେହି ବାଡିରେ ଇଣ୍ଡେନ ଗ୍ୟାସ ଡିପୁ ଥିବାରୁ କିଛି ଲୋକ ବାରଣ କରିବାରୁ ଏହାକୁ ଆଉ ଟିକେ ଘୁଞ୍ଚାଇ ସତ୍କାର କରିବାକୁ ଯୋଜନା କରୁଥିବାବେଳେ ପଡୋଶୀ ମନେ ଏହାକୁ ବିରୋଧ କରି ବିଦ୍ୟାଧରପୁର ବଜାର ଉପରେ ରାସ୍ତା ଅବରୋଧ କରିଥିଲେ । ଖବରପାଇ ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚିବାପରେ ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ହସ୍ତକ୍ଷେପ ପରେ ଶବକୁ ନପୋଡି ଗାତଖୋଳି ପୋତିବା ପାଇଁ ନିଷ୍ପତି ହୋଇଥିଲା । ପରେ ରାସ୍ତାରୋକ ହଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ