ଶରଣାର୍ଥୀଙ୍କ ତାଲିକା ପ୍ରସ୍ତୁତ କଲେ ଉତ୍ତର ପ୍ରଦେଶ ସରକାର
ଲକ୍ଷ୍ନୌ- ଶରଣାର୍ଥୀଙ୍କର ଏକ ତାଲିକା ଉତ୍ତର ପ୍ରଦେଶ ସରକାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଥିବା ଜଣାପଡିଛି ।ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀ ମାନଙ୍କର ଏକ ତାଲିକା ଏକ ତାଲିକ ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ କରାଯାଇଛି । ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଲାଗୁ ହେବା ପରେ ଉତ୍ତର ପ୍ରଦେଶ ପ୍ରଥମ ରାଜ୍ୟଭାବେ କେନ୍ଦ୍ର ସରକାରଙ୍କ ନିକଟକୁ ଏହି ତାଲିକା ପଠାଇଥିବା କୁହାଯାଉଛି ।


