ଶରତ କଟୁରୀ ଗ୍ରାମରେ ବଜ୍ରାଘାତ ରେ ଦୁଇ ଗୁରୁତର

ଉଦଳା,(ରାଜୀବ ବେହେରା): ରାଜ୍ୟରେ ପାଣି ପାଗରେ ପରିବର୍ତ୍ତନ ହୋଇଛି l ଲାଗି ରହିଛି ଅଦିନିଆ ଲଗାଣ ବର୍ଷା ଫଳରେ ସ୍ଥାନେ ସ୍ଥାନେ ଘଡ ଘଡି ସହିତ ପବନ ର ବେଗ ସାଙ୍ଗକୁ ବର୍ଷlର ବେଗ ପ୍ରଖର ହୋଇଛି, ଏମିତିକି ଘରୁ ବାହାରକୁ ବାହାରିବା ମଧ୍ୟ କଷ୍ଟକର ହୋଇଛି ଲ ହଠାତ ଶରତ ଅଞ୍ଚରେ ଘୁର୍ଣ୍ଣି ଝଡ଼ ଏବଂ ବଜ୍ରପାତ ତାଣ୍ଡବ ରଚିଛି, ବର୍ଷା ସାଙ୍ଗକୁ ବଜ୍ରପlତ ଅଞ୍ଚଳକୁ ଥରାଇଛି, ଆଉ ଏହି ବଜ୍ରାଘାତ ରେ ଦୁଇ ଜଣ ଗୁରୁତର ଆହତ ହୋଇ ଡାକ୍ତର ଖାନାରେ ଭର୍ତ୍ତି ହୋଇ ଛନ୍ତି l ସୂଚନାରୁ ଜଣାପଡିଛି ମୟୁରଭଞ୍ଜ ଜିଲ୍ଲା ଶରତ କଟୁରୀୟ ଗ୍ରାମରେ ବଜ୍ରାଘାତ ରେ ଦୁଇ ଜଣ ଙ୍କ ଅବସ୍ଥା ଗୁରୁତର ହୋଇଛି l ଘରଭିତରେ ଶୋଇ ଥିବା ବେଳେ ଘର ନିକଟରେ ଥିବା ଏକ ଜାମୁଗଛ ଉପରକୁ ବଜ୍ରପାତ ହୋଇ ଥିଲା, ବଜ୍ର ପାତ ଏତେ ଭୟଙ୍କର ଥିଲା ପୁରା ଅଞ୍ଚଳ ପ୍ରଚଣ୍ଡ ଶବ୍ଦ ସହିତ ଗଛଟି ଜଳି ଯାଇଛି, ଆଉ ଏହାର ପ୍ରଭାବରେ ନିକଟରେ ଥିବା ଘର ଭିତରେ ଦୁଇପହର ସମୟ ରେ ଘର ଲୋକେ ଶୋଇଥିବା ବେଳେ ବଜ୍ରପାତରେ ଘରଭିତରେ ଥିବା ଇଲେକ୍ଟ୍ରି ବୋର୍ଡଟି ସମ୍ପୂର୍ଣ ଜଳି ଯାଇଛି ଘର ଭିତରେ ଦାଦା ଏବଂ ୭ ବର୍ଷର ଝିଆରୀ ବଜ୍ରାଘାତର ଶିକାର ହୋଇଛନ୍ତି, ତେବେ ଆହାତ ମାନେ ଗୁରଭା ସିଂ ୨୦ ଲଭଲି ସିଂ ୭ ବର୍ଷ ଦୁହେଁ ଜଣା ପଡିଛି, ଦୁହେଁ ଗୁରୁତର ହୋଇ ଛନ୍ତି, ଶରୀରରେ ବିଭିନ୍ନ ସ୍ଥାନ ଜଳି ଯାଇଛି, ଛୋଟ ଛୁଆଟି ର ପେଟ ହାତ ଜଳି ଯାଇ ଥିବା ଜଣା ପଡିଛି l ସ୍ଥାନୀୟ ଲୋକେ ଘଟଣା ସ୍ଥଳ ରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଉଦଳା ଡାକ୍ତର ଖାନାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇ ଛନ୍ତି l ପ୍ରାଥମିକ ଚିକିତ୍ସା ପରେ ଚିକିତ୍ସା ଧୀନ ଅଛନ୍ତି, ତେବେ ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ଥା ରେ ସୁଧାର ଆସିଛି, ସୁସ୍ଥ ରହି ଥିବାର ସୂଚନା ହସ୍ତ ଗତ ହୋଇଛି l ଝଡ ବତାସ ବଜ୍ରପାତ ସମୟରେ ସତର୍କତା ଅବଲମ୍ବନ କରନ୍ତୁ, ସେହି ସମୟରେ ସୁରକ୍ଷିତ ସ୍ଥାନ କୁ ପଳାଇ ଯାନ୍ତୁ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ