ଶରତ ମିଶ୍ରଙ୍କ ସ୍ମୃତି ସଭା
ହିଂଜିଳିକାଟୁ, (ଶେଷଦେବ ସାହୁ) ହିଂଜିଳି ଅଂଚଳର ଜଣାଶୁଣା ନେତା ତଥା ଦିବଙ୍ଗତ ଭାଜପା ନେତା ଶରତ ମିଶ୍ରଙ୍କ ୧୪ତମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ସଭା ଶନିବାର ପୂର୍ବାହ୍ନରେ ଶ୍ୟାମଳାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ସ୍ମୃତି କମିଟି ଅଧ୍ୟକ୍ଷ ତଥା ଓକିଲ ନିର୍ମଳ ସାହୁଙ୍କ ସଭାପତିତ୍ୱରେ ଏହି ବୈଠକରେ ଅତିଥି ଭାବେ ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ରାଜ୍ୟ ଭାଜପା ଉପସଭାପତି ତଥା ପ୍ରବକ୍ତା ସମୀର ମହାନ୍ତି, ବରିଷ୍ଠ ଆଇନଜିବୀ ଶିଶିର ପାଢ଼ି, ବିରଂଚି ନାରାୟଣ ତ୍ରିପାଠି, ଭାଜପା ଜିଲା ସଭାପତି କାହ୍ନୁ ଚରଣ ପତି, ଭାଜପା ନେତ୍ରୀ ଅନୀତା ଶୁଭଦର୍ଶିନୀ, ଦେବାନନ୍ଦ ମହାପାତ୍ର, ଶିଶିର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ବହୁ ବକ୍ତା ସ୍ୱର୍ଗତ ମିଶ୍ରଙ୍କ କାର୍ଯ୍ୟ କଳାପର ସ୍ମୃତିଚାରଣ କରିଥିଲେ । ଏଥିରେ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି,ସାଙ୍ଗସାଥୀ ଓ ଶୂୁଭେଛୁ ଯୋଗ ଦେଇଥିଲେ । ବହୁ ବକ୍ତା ସ୍ୱର୍ଗତ ମିଶ୍ରଙ୍କ ଜୀବନୀ ଉପରେ ସ୍ମୃତି ଚାରଣ କରିଥିଲେ ।


