ଶରୀରକୁ ଫମ୍ପା କରି ଦେବ ଭିଟାମିନ୍‌ ବି୧୨ର ଅଭାବ

ଭିଟାମିନ୍‌ ବି ୧୨ ଆମ ଶରୀରକୁ ଭିତରୁ ବହୁତ ମଜ୍‌ବୁତ କରିଥାଏ। ଏହାର ଅଭାବର ଅନୁଭବ ଶରୀରକୁ ଧିରେ ଧିରେ ହୋଇଥାଏ। ଏହି ଭିଟାମିନ୍‌ର ଅଭାବର ପ୍ରଭାବ ଶରୀରର ଉପରେ ଦେଖାଯାଇ ନ ଥାଏ, କିନ୍ତୁ ଏହା ଶରୀରକୁ ଭିତରୁ ଦୁର୍ବଳ କରିଦିଏ। ଭିଟାମିନ୍‌ ବି ୧୨ ଶରୀରରେ ଲାଲ୍‌ ରକ୍ତ କୋଷିକା ସୃଷ୍ଟି କରିବା ସହି ନର୍ଭସ୍‌ ସିଷ୍ଟମକୁ ଠିକ୍‌ ରଖିଥାଏ।
ଶରୀରରେ ଭିଟାମିନ୍‌ ବି ୧୨ର ଉପଯୁକ୍ତ ମାତ୍ରାରେ ରହିବା ଆବଶ୍ୟକ। ଏହାର ଅଭାବର ପ୍ରଭାବ ଆପଣଙ୍କ ବ୍ଲଡ୍‌ ସେଲ୍‌ସ ଓ ନର୍ଭସ୍‌ ସିଷ୍ଟମ ଉପରେ ପଡ଼ିପାରେ। ଭିଟାମିନ୍‌ ବି ୧୨ ବିଶେଷକରି ମାଂସ ଓ ଅଣ୍ଡା ଭଳି ଆନିମଲ ବେସ୍‌ଡ୍‌ ପ୍ରଡକ୍ଟରୁ ମିଳିଥାଏ। ଭିଟାମିନ୍‌ ବି୧୨ ବ୍ୟାକ୍ଟେରିଆ କେତେକ ବିଶେଷ ପଶୁଙ୍କଠାରୁ ମିଳିଥାଏ। କୌଣସି ପ୍ଲାଣ୍ଟ ବେସ୍‌ଡ ଖାଦ୍ୟରୁ ଭିଟାମିନ୍‌ ବି ୧୨ ମିଳି ନ ଥାଏ। ତେଣୁ ଅଧିକାଂଶ ଶାକାହାରୀ ଲୋକଙ୍କଠାରେ ଭିଟାମିନ୍‌ ବି୧୨ ଅଭାବ ଦେଖିବାକୁ ମିଳିଥାଏ। ଶାକାହାରୀ ଲୋକଙ୍କୁ ଅନ୍ୟ ଉତ୍ସରୁ ଭିଟାମିନ୍‌ ବି୧୨ର ଅଭାବ ପୂରା କରିବା ଉଚିତ। ଲାଲ୍‌ ରକ୍ତ କଣିକା ଶରୀରରେ ଅମ୍ଳଜାନ ପହଞ୍ଚାଇବା କାମ କରିଥାଏ। କିନ୍ତୁ ଯଦି ଏହା ଠିକ୍‌ ଭାବେ ସୃଷ୍ଟି ହୋଇ ନ ପାରେ, ତେବେ ଏହା ଠିକ୍‌ ଭାବେ କାମ କରି ନ ଥାଏ। ଭିଟାମିନ୍‌ ବି୧୨ ଅଭାବରୁ ବ୍ଲଡ୍‌ ସେଲ୍‌ସ ଅଜବ ଭାବେ ବଢ଼ିବାରେ ଲାଗିଥାଏ, ଯାହାଫଳରେ ଅମ୍ଳଜାନ ପହଞ୍ଚାଇବାରେ ସମସ୍ୟା ହୋଇଥାଏ।
ଏପରି ସ୍ଥିତିରେ ଆପଣଙ୍କ ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ହେବାରେ ଲାଗିଥାଏ। ଯାହା ଆପଣ ବୁଝି ପାରି ନ ଥାନ୍ତି। ଆପଣଙ୍କର ବସିବା, ଉଠିବା, ଚାଲିବା ଆଦିରେ ପରିବର୍ତ୍ତନ ହେବାରେ ଲାଗିଥାଏ। ଯଦିଓ ଭିଟାମିନ୍‌ ବି୧୨ ପାଇଁ କେବଳ ଏହା ହୋଇ ନ ଥାଏ, ଆପଣଙ୍କୁ କେତେକ ପରୀକ୍ଷା ମଧ୍ୟ କରିବାକୁ ପଡ଼ିବ। ଯଦି ଏହାର ଚିକିତ୍ସା କରା ନ ଯାଏ, ତେବେ ଭିଟାମିନ୍‌ ବି୧୨ ଅଭାବରେ ଆପଣଙ୍କ ପୂରା ନର୍ଭସ୍‌ ସିଷ୍ଟମ ଖରାପ ହୋଇପାରେ। ଆପଣଙ୍କ ଶରୀରରେ ତାଳମେଳ ରଖିବାରେ ସମସ୍ୟା ହୋଇପାରେ। ମେଡିକାଲ ୱେବ୍‌ସାଇଟ୍‌ ହେଲ୍‌ଥଲାଇନ୍‌ ଅନୁସାରେ ଭିଟାମିନ୍‌ ବି ୧୨ ଅଭାବରେ ଆପଣ ଚାଲୁ ଚାଲୁ ପଡ଼ି ଯିବାର ସମସ୍ୟା ମଧ୍ୟ ହୋଇପାରେ। ବୟସ୍କ ଲୋକଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଏ। ଏହି ୱେବ୍‌ସାଇଟ୍‌ ମୁତାବକ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ଭିଟାମିନ୍‌ ବି୧୨ ଅଭାବ ଅଧିକ ଦେଖିବାକୁ ମିଳିଥାଏ। ସେହିପରି ଭିଟାମିନ୍‌ ବି ୧୨ ଅଭାବକୁ ଅଣଦେଖା କରୁଥିବା ଯୁବପିଢ଼ିଙ୍କଠାରେ ଏହାର ଲକ୍ଷଣ ଦେଖିବାକୁ ମିଳିପାରେ।
ତେବେ ସବୁଠାରୁ ବଡ଼ କଥା ହେଉଛି, ଭିଟାମିନ୍‌ ବି ୧୨ ଅଭାବର ଚିକିତ୍ସା ସହଜରେ କରାଯାଇପାରିବ। ଥରେ ଏହାର ଚିକିତ୍ସା ହୋଇଗଲେ, ଏହାଦ୍ବାରା ହେଉଥିବା ଅଧିକାଂଶ ଲକ୍ଷଣ ଆପେ ଆପେ ଦୂର ହୋଇଯିବ। ଭିଟାମିନ୍‌ ବି ୧୨ ଅଭାବ କାରଣରୁ ନ୍ୟୁରୋଲୋଜିକାଲ ଓ ଆଖି ଦୁର୍ବଳ ହୋଇଯାଏ। ଏହାଫଳରେ ମଧ୍ୟ ସ୍ମରଣଶକ୍ତି ମଧ୍ୟ ହ୍ରାସ ହୋଇପାରେ। କେବଳ ସେତିକି ନୁହେଁ, ଭିଟାମିନ୍‌ ବି୧୨ ଅଭାବ କାରଣରୁ ଇନ୍‌ଫର୍ଟିଲିଟି ସମସ୍ୟା ମଧ୍ୟ ହୋଇପାରେ। ଏହାକୁ ନିୟନ୍ତ୍ରଣ କରା ନ ଗଲେ, ପେଟ କ୍ୟାନ୍ସର ମଧ୍ୟ ହୋଇପାରେ। ଅଲ୍‌ସର, ଜିଭ ଲାଲ ପଡ଼ିବା, ଆବଶ୍ୟକତା ଠାରୁ ଅଧିକ ଥକାପଣ, ଚର୍ମ ହଳଦିଆ ପଡ଼ିଯିବା ଆଦି ଭିଟାମିନ୍‌ ବି୧୨ ଅଭାବ କାରଣରୁ ହେବାରେ ଲାଗିଥାଏ। ତେଣୁ ଶାକାହାରୀ ବ୍ୟକ୍ତି ନିଜ ଡାଏଟ୍‌ରେ ଦୁଗ୍ଧ ଜାତୀୟ ପଦାର୍ଥ ଓ ଫୋର୍ଟିଫାଏଡ୍‌ ଫୁଡ୍‌ ସାମିଲ୍‌ କରି ଭିଟାମିନ୍‌ ବି୧୨ର ଅଭାବ ଦୂର କରାଯାଇପାରିବ। ମଶ୍‌ରୁମ୍‌ ଓ ଟୋଫୁରେ ମଧ୍ୟ ଭିଟାମିନ୍‌ ବି୧୨ ମିଳିଥାଏ। ଅଣ୍ଡାରେ ମଧ୍ୟ ଭିଟାମିନ୍ ବି ୧୨ ମିଳିଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ