ଶରୀର ପାଇଁ ଉତ୍ତମ କଠଉ

ସାଧୁସନ୍ଥମାନେ କଠଉ ପିନ୍ଧନ୍ତି । ଆପଣ କେବେ କଠଉ ପିନ୍ଧିଛନ୍ତି କି? କଠଉ ପିନ୍ଧି ଚାଲିବା ଆମ ପାଇଁ ହୁଏତ ପ୍ରଥମେ ପ୍ରଥମେ କଠିନ ହୋଇପାରେ । ତେବେ ଅଭ୍ୟାସ କଲେ ଆପଣ ବି ଏହାକୁ ପିନ୍ଧି ଆରାମରେ ଚଲାବୁଲା କରିପାରିବେ । ବ୍ୟସ୍ତ ବହୁଳ କର୍ମମୟ ଜୀବନ ଭିତରେ ସବୁବେଳେ କଠଉ ପିନ୍ଧିବା ଆମମାନଙ୍କ ପାଇଁ ସମ୍ଭବ ହୋଇପାରିବନାହିଁ । ତେବେ ସୁଯୋଗ ମିଳିଲେ ଅବଶ୍ୟ କଠଉ ପିନ୍ଧିବା ଉଚିତ । କାରଣ କଠଉ ପିନ୍ଧିଲେ ଶରୀରକୁ ଅନେକ ଫାଇଦା ମିଳିଥାଏ । ତା ହେଲେ ଆସନ୍ତୁ ଜାଣିବା କଠଉ ପିନ୍ଧିଲେ କ’ଣ ସବୁ ଫାଇଦା ମିଳିଥାଏ । କଠଉ ପିନ୍ଧିବା ଦ୍ୱାରା ମେରୁଦଣ୍ଡର ହାଡ ସିଧା ରହିଥାଏ । ଶରୀରର ମୁଦ୍ରା ମଧ୍ୟ ଠିକ୍ ହେବ । କଠଉ ପାଦରେ ଆକ୍ୟୁପ୍ରେସର କାମ କରେ । ଯାହା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ହୋଇଥାଏ । କଠଉ ପିନ୍ଧିଲେ ପାଦକୁ ଥଣ୍ଡା ଲାଗେ । କଠଉ ପିନ୍ଧିବା ଦ୍ୱାରା ପାଦର ମାଂସପେଶୀକୁ ଆରାମ ମିଳିଥାଏ । ଏହା ଉପୟ ଶରୀର ଓ ମସ୍ତିଷ୍କକୁ ଚାପମୁକ୍ତ କରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ