ଶଶିକଳା କଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ପାଠ୍ୟକ୍ରମ ପାଇଁ ଅନୁମତି

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନରସିଂହ ପଲ୍ଲୀ ଠାରେ ୨୦୧୯-୨୦ ଶିକ୍ଷା ବର୍ଷରେ ପ୍ରତିଷ୍ଠା ହୋଇଥିବା ଶଶିକଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩ ବର୍ଷ ଧରି +୨ କଳା ପାଠ୍ୟକ୍ରମ ଚାଲିଥିବା ବେଳେ ଓଡିଶା ଉଚ୍ଚ ମାଧ୍ୟମିକ ନିର୍ଦ୍ଧେଶାଳୟ ନିର୍ଦ୍ଦେଶ କ୍ରମେ ଚଳିତ ଶିକ୍ଷା ବର୍ଷ ୨୦୨୩/୨୪ ଠାରୁ ନୂତନ ଭାବରେ +୨ ବିଜ୍ଞାନ ଶ୍ରେଣୀ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏନେଇ ରାଜ୍ୟର ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଓ କର୍ମଚାରୀ ବୃନ୍ଦଙ୍କୁ ଶଶିକଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମ୍ପାଦକ ସୂର୍ଯ୍ଯନାରାୟଣ ପାଢ଼ୀ କୃତଜ୍ଞତା ଜଣାଇଛନ୍ତି। +୨ ବିଜ୍ଞାନ ଶ୍ରେଣୀକୁ ଖିଲିବା ପାଇଁ ଅନୁମତି ମିଳିବା ଯୋଗୁଁ ଅଞ୍ଚଳ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ ଓ ଉଲ୍ଲାସ ଦେଖାଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ