ଶଶୀ ଭୂଷଣ ଙ୍କୁ ମିଳିଲା ଆଶ୍ବସ୍ଥି

ଟିକେଟ ବଂଟନକୁ କେନ୍ଦ୍ରପଡା ରାଜନୀତିରେ ଳାଗି ରହିଥିବା ଅସନ୍ତୋଷ ଥମିଛି । କେନ୍ଦ୍ରାପଡାର ବିଜେଡି ବିଧାୟକ ଟିକେଟ ପାଇଁ ଇଚ୍ଛୁକ ଥିବା ସିପ୍ରା ମଲ୍ଲିକ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ଗତକାଲି ଶଶୀ ଭୂଷଣ ବେହେରା ନାମାଙ୍କନ ଭରିଥିବା ବେଳେ ଠିକ ସେହି ସମୟରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ତେବେ ଆଜି ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ସହ ଶଶୀଭୂଷଣ ବେହେରାଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି । ସିପ୍ରାଙ୍କ ସହ କିଶୋର ତରାଇ ବି ସମର୍ଥନ କରିବେ ବୋଲି କହିଛନ୍ତି ।ବିଜେଡି ସୁପ୍ରିମୋଙ୍କ ନିଷ୍ପତିକୁ ସମ୍ମାନ ଦେଉଛୁ । ସେ ଯାହା ନିଷ୍ପତି ଦେବେ ତାକୁ ସମ୍ମାନ ଜଣାଇବେ ବୋଲି ସିପ୍ରା କହିଛନ୍ତି । ନିର୍ବାଚନ ଶଶୀଭୂଷଣ ଲଢିଲେ ମଧ୍ୟ ତାଙ୍କ ସହ ମିଶି ସେ ନିର୍ବାଚନ ଲଢିବେ । ବିଧାୟକ ନହେଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ସିପ୍ରା ମଲ୍ଲିକ । ସିପ୍ରା କହିଛନ୍ତି କି, କେନ୍ଦ୍ରାପଡାରୁ ଶଶିଭାଇ ନିର୍ବାଚନ ଲଢିଲେ ମଧ୍ୟ ସମାନ୍ତରାଳ ଭାବରେ ମୁଁ ମଧ୍ୟ ସେଠି ତାଙ୍କ ସହ ନିର୍ବାଚନ ଲଢିବି । ସେ ବିଧାୟକ ରହିବେ ସତ କିନ୍ତୁ ଲୋକଙ୍କର ସମସ୍ୟାର ସମାଧାନ ପାଇଁ ଏବଂ ମୋ ଅଂଚଳର ଅଧିବାସୀମାନଙ୍କର ସମସ୍ୟାର ସମାଧାନ ପାଇଁ ମୁଁ ବିଧାୟକ ନହୋଇ ଥିଲେ ବି ଜଣେ ବିଧାୟକର ଦ୍ୱାୟିତ୍ୱ ନେଇ କାମ କରିବି । ଏଥିସହିତ ଶଶି ଭୂଷଣ ହେଉଛନ୍ତି ଆମ ଦଳର ଜଣେ ପୁରୁଖା ତଥା ବରିଷ୍ଠ ନେତା । ତେବେ ଦଳ ପାଇଁ ଯାହା ଶୁଭଙ୍କର ହେବ , ତାହା ଆମେ ନିଶ୍ଚୟ କରିବୁ ଏବଂ ଆମେ ଏକାଠି ହୋଇ ଲଢି ମୁଖ୍ୟମନ୍ତ୍ରୀଙ୍କୁ ଜିତାଇ ଆଣୁବୁ ବୋଲି ସିପ୍ରା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ