ଶଶୀଭୂଷଣଙ୍କ ନେତୃତ୍ୱରେ ପାଟକୁରାରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ
କେନ୍ଦ୍ରାପଡା (ଯୁଗାଦ୍ଧ ନ୍ୟୁଜ୍) – କେନ୍ଦ୍ରାପଡାର ନବ ନିର୍ବାଚିତ ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ନେତୃତ୍ୱରେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଭଗବାନପୁର ପଂଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଧାୟକ ଶ୍ରୀ ବେହେରାଙ୍କ ସହିତ ପୂର୍ବତନ ମନ୍ତ୍ରୀ ତଥା ଅତାବିରାର ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆ,କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ଜିଲ୍ଲା ବିଜେଡି ଉପସଭାପତି ପ୍ରଦୀପ୍ତ ମହାନ୍ତି,ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସ୍ôନାରାଣୀ ଜେନା,ଭରତପୁର ସମିତିସଭ୍ୟ ହେମନ୍ତ ବିଶ୍ୱାଳ,ଜିଲ୍ଲା ବିଜେଡି ସମ୍ପାଦକ ବିଜୟ କୁମାର ପତି,ଗୁଲନଗର ପଂଚାୟତର ପୂର୍ବତନ ସମିତିସଭ୍ୟ ତ୍ରିଲୋଚନ ଦାସ,ଜିଲ୍ଲା ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି ଲୋହିତ ମହାନ୍ତି ପ୍ରମୁଖ ଯୋଗଦେଇ ଭଗବାନପୁର ପଂଚାୟତର ୮ଟି ୱାର୍ଡରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ପହଁଚାଇବା ସହିତ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଯୋରଦାର ଉଦ୍ୟମ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଥିଲା ।