ଶଶୁର ତୀର ମାଡ଼ରେ ବୋହୂ ଗୁରୁତର
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ଯଶିପୁର ଥାନା ଅନ୍ତର୍ଗତ ପଠାଇବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁଳସିବଣିରେ ରଜ ସଂକ୍ରାନ୍ତି ଦିନ ଶଶୁରର ତୀର ମାଡ଼ରେ ବୋହୂ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି ।ଗୁଣି ଗାରେଡ଼ି ସନ୍ଦେହ ନେଇ ଶଶୁର ନାଉରୁ ହୋ(୭୦) ସହିତ ପୁତ୍ର ବଧୂ ବୁରୁଶୁ ହୋ(୩୮) ନେଇ ତିବ୍ର ଝଗଡ଼ା ହୋଇଥିଲା । ଶେଷରେ ଶଶୁର ପୁତ୍ରବଧୂକୁ ଡାହାଣି ସନ୍ଦେହ କରି ଧର୍ଯ୍ୟହରା ହୋଇ ପୁତ୍ର ବଧୂ ବୁରୁଶୁକୁ ତୀର ମାରିଥିଲେ ।ତୀରଟି ବାହୂରେ ଗଳି ଯାଇଥିଲା ।ତାଙ୍କୁ ଯଶିପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ଗୁରୁତରଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହାକୁ ନେଇ ପିଡିତାର ଝିଅ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହି ଆଧାରରେ ଯଶିପୁର ପୋଲିସ ୮୦/୨୦ ମାମଲା ରୁଜୁ କରି ଆସାମୀଙ୍କୁ କୋର୍ଟ ଚାଲାଣ କରିଛି ।