ଶସ୍ତା ହୋଟେଲ, ଗୋଟିଏ ରାତିକୁ ୮୬ ଟଙ୍କା

ସମୟ ବଦଳିବା ସହିତ ସବୁ ଜିନିଷର ଦରଦାମ୍ ବୃଦ୍ଧି ପାଇବାରେ ଲାଗିଛି । ଯଦି ଆମେ କୌଣସି ଚାକଚକ୍ୟ ହୋଟେଲ କଥା ଚିନ୍ତା କରିବା, ତେବେ ନିଶ୍ଚିତ ମନକୁ ଆସିବ, ସେଠାରେ ରାତିକ ରହିବା ଲାଗି ଅତି କମ୍‌ରେ ୨ରୁ ୩ ହଜାର ଟଙ୍କା ଦେବାକୁ ପଡ଼ିବ । କିନ୍ତୁ ଆଜିର ମହଙ୍ଗା ଯୁଗରେ ଏମିତି ଏକ ହୋଟେଲ ଅଛି, ଯେଉଁଠି ମାତ୍ର ୮୬ ଟଙ୍କା ଦେଇ ରାତ୍ରିଯାପନ କରିପାରିବେ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଜାପାନର ଫୁକୁଓକୋ ସହରରେ ରହିଛି ଏହି ହୋଟେଲ । କିନ୍ତୁ ଏଠାରେ ଏମିତି ଏକ ସର୍ତ୍ତ ରହିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ସର୍ତ୍ତଟି ହେଲା ରାତିରେ ଏହି ହୋଟେଲରେ ରହି ସେଠି ଯାହା କରିବେ ୟୁଟୁବ୍‌ରେ ଲାଇଭ୍ ଶୋ’ ଦେଖାଇବେ । ଆପଣଙ୍କ ସମସ୍ତ ଗତିବିଧି ସାରା ଦୁନିଆ ଯେମିତି ଦେଖିପାରିବ । ହୋଟେଲର ନାଁ ହେଲା “ବିଜ୍‌ନେସ୍ ରିୟୋକନ୍ ଅସାହି’ । ଅଫରର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ପ୍ରାଇଭେସି ଜଣାଇବାକୁ ପଡ଼ିବ ଲାଇଭ୍ ଶୋ’ ଜରିଆରେ । ହୋଟେଲର ପ୍ରତିଟି କୋଠରିରେ ସିସି କ୍ୟାମେରା ଲାଗିଛି । ସୂଚନାରୁ ଜଣାପଡ଼ିଛି ଯେ, ଜଣେ ବ୍ୟକ୍ତି ହୋଟେଲର ୮ ନଂ କୋଠରି ବୁକ୍ କରି ଆଉ ଆସିଲେ ନାହିଁ । ଏହା ପରେ ହୋଟେଲ ପକ୍ଷରୁ ଶସ୍ତାରେ କୋଠରି ବୁକ୍ ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ ସର୍ତ୍ତ କିନ୍ତୁ ଅଜବ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ