ଶହନଶାହ ରିମେକରେ ରଣବୀର ସିଂ!

ଆଇକନିକ୍ ଜିନିଷର ରିମେକ୍ କରିବା ବହୁତ ମୁସ୍କିଲ। କାରଣ ଏହାର ଲ୍ୟାଣ୍ଡମାର୍କକୁ ଛୁଇଁବା କାଠିକର ପାଠ ହୋଇଥାଏ। ତଥାପି ବଲିଉଡରେ ରିମେକ ସିନେମା ତିଆରି ହେବାରେ ଲାଗିଛି। ଏହିକ୍ରମରେ ଏବେ ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଏକ ସିନେମାର ରିମେକକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଅମିତାଭଙ୍କ ବ୍ଲକବଷ୍ଟର ହିଟ୍ ସିନେମା ‘ଶହନଶାହ’ର ରିମେକକୁ ନେଇ ଚର୍ଚ୍ଚା ଧରିଛି। ୧୯୮୮ରେ ରିଲିଜ୍ ହୋଇଥିବା ଏହି ଫିଲ୍ମର ରିମେକ୍ ହେବାକୁ ଯାଉଥିବା ନେଇ ଖବର ଶୁଣିବାକୁ ମିଳୁଛି। ରିପୋର୍ଟ ମୁତାବକ ଟିନୁ ଆନନ୍ଦ କହିଛନ୍ତି ସେ ‘ଶହନଶାହ’ ସିନେମାର ରିମେକ୍ କରିବାକୁ ଯାଉଛନ୍ତି। କିନ୍ତୁ ପ୍ରଥମେ ଏହି କୋରୋନା ଭାଇରସ ମାମଲା ଶେଷ ହୋଇଯାଉ। ଏବେ ଏହା ତାଙ୍କ ମୁଣ୍ଡରେ ଏବେ ରହିଛି। କିନ୍ତୁ ଏହା ସେ କେବେ ଆରମ୍ଭ କରିବେ, ତାହା ଏବେ ସେ କହିପାରିବେ ନାହିଁ ବୋଲି ଟିନୁ କହିଛନ୍ତି। ତେବେ ଫିଲ୍ମର ରିମେକକୁ ନେଇ ଖବର ଆସିବା ପରେ ଏହା ସାଧାରଣ କଥା କାଷ୍ଟକୁ ନେଇ ଚର୍ଚ୍ଚା ହେବା ଟିନୁ କାଷ୍ଟିଂକୁ ନେଇ କେଣସି ସୂଚନା ଦେଇ ନ ଥିଲେ ମଧ୍ୟ ରଣବୀର ସିଂଙ୍କ ନାମ ସାମ୍ନାକୁ ଆସିଛି। ମିଳିଥିବା ଖବର ଅନୁସାରେ ‘ଶହନଶାହ’ ଫିଲ୍ମର ରିମେକରେ ରଣବୀର ସିଂ ମୁଖ୍ୟ ଭୂମିକାରେ ଅଭିନୟ କରନ୍ତୁ ବୋଲି ଟିନୁ ଚାହୁଛନ୍ତି। ଲକଡାଉନ ପରେ ଉଭୟେ ଏକ ଲମ୍ବା ମିଟିଂ କରିବେ ବୋଲି ଜଣାପଡ଼ିଛି। ‘ଶହନଶାହ’ ୩୨ ବର୍ଷ ପୂର୍ବେ ରିଲିଜ୍ ହୋଇଥିଲା। ଏବେ ଏହାର ରିମେକରେ କିଛିଟା ପରିବର୍ତ୍ତନ କରାଯାଇ ଫିଲ୍ମଟିକୁ ମର୍ଡନାଇଜ୍ କରାଯିବ ବୋଲି ଟିନୁ କହିଛନ୍ତି। ସୂଚନାଯୋଗ୍ୟ ଯେ ‘ଶହନଶାହ’ ଫିଲ୍ମରେ ବିଜୟ ନାମକ ଜଣେ ପୋଲିସ ଦୁଇ ପ୍ରକାର ଜୀବନ ବଞ୍ଚୁଛନ୍ତି। ଜଣେ ପୋଲିସ ଅଫିସର, ଯିଏ ଲାଞ୍ଚ ନେବା ସହିତ ସମସ୍ତ ଖରାପ କାମ କରୁଛନ୍ତି। ଅନ୍ୟଜଣେ ଶହନଶାହ ଭୁଲ୍ ଉପାୟରେ ଠିକ୍ କାମ କରିବାରେ ବିଶ୍ବାସ ରଖନ୍ତି। ଫିଲ୍ମରେ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ସେହି ସମୟରେ ଏହା ୬ କୋଟି ଟଙ୍କା କଲେକ୍ସନ୍ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ