ଶହୀଦ୍‌ଙ୍କ ନାମରେ ଶପଥ ନେଲେ ଗୋପାଳ ରାୟ

ନୂଆଦିଲ୍ଲୀ : ଦିଲ୍ଲୀର ରାମଲୀଲା ମୈଦାନରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଅରବିନ୍ଦଙ୍କ ସହିତ ୬ ଜଣ ମନ୍ତ୍ରୀ ମଧ୍ୟ ଆଜି ଶପଥ ନେଇଛନ୍ତି। ସାଧାରଣରେ ଶପଥ ନେବା ସମୟରେ ଈଶ୍ବର କିମ୍ବା ଆଲ୍ଲାଙ୍କ ନାମରେ ନିଆଯାଇଥିବାବେଳେ ଏହି ଶପଥ କାର୍ଯ୍ୟକ୍ରମରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। କେଜରୀଓ୍ବାଲଙ୍କ ଜଣେ ମନ୍ତ୍ରୀ ଶହୀଦ୍‌ଙ୍କ ନାମରେ ଶପଥ ନେଇଛନ୍ତି । କେଜରୀଓ୍ବାଲ ସରକାରର ମନ୍ତ୍ରୀ ଗୋପାଲ ରାୟ ଈଶ୍ବରଙ୍କ ନାମରେ ଶପଥ ନ ନେଇ ଆଜାଦୀ ପାଇଁ ବଳିଦାନ ଦେଇଥିବା ଶହୀଦ୍‌ଙ୍କ ନାମରେ ନିଜର ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ