ଶହୀଦ ଚନ୍ଦ୍ରକାନ୍ତଙ୍କ ସ୍ମୃତିରେ ଶୋକସଭା

ରାଇକିଆ, (ପ୍ରଦୀପ କୁମାର ବେହେରା):ଲଦାଖର ଗଲ୍‌ଓ୍ବାନ୍‌ ଉପତ୍ୟକାରେ ଶହୀଦ ହୋଇଥିବା କନ୍ଧମାଳ ଜିଲା ରାଇକିଆ ବ୍ଲକ ବିଅରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନଙ୍କ ସ୍ମୃତିରେ ଶୋକ ସଭା (ଆଦିବାସୀ ସଂସ୍କୃତିରେ ମାଡ଼ା) ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ଶହୀଦଙ୍କ ବାସଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଇକିଆ ସମେତ ଅନ୍ୟାନ୍ୟ ଅଞ୍ଚଳର ଲୋକ ବହୁ ସଂଖ୍ୟାରେ ଆସି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଘର ସାମ୍ନାରେ ଚନ୍ଦ୍ରକାନ୍ତଙ୍କ ଫଟୋ ଚିତ୍ର୍ର ରଖି ମାଲ୍ୟାର୍ପଣ କରାଯାଇଥିଲା। ଲୋକ ସମାଗମକୁ ଦୃଷ୍ଟିରେ ରଖି ଗ୍ରାମବାସୀଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ସାମାଜିକ ଦୂରତ୍ୱ ରକ୍ଷା ସହ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଇଥିଲା ଗାଁ ପ୍ରତି ଚନ୍ଦ୍ରକାନ୍ତଙ୍କ ରହିଥିବା ଅବଦାନକୁ ଗ୍ରାମବାସୀ ମନେ ପକାଇବା ସହ ତାଙ୍କ ସ୍ମୃତିରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାପାଇଁ କହିଥିଲେ। ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ସାମିଲ ହୋଇ ଶୋକ ସନ୍ତପ୍ତ ପରିବାରକୁ ଆଶ୍ୱାସନା ଦେବା ସହ ରାଇକିଆ ବସଷ୍ଟାଣ୍ଡକୁ ଶହୀଦ ଚନ୍ଦ୍ରକାନ୍ତଙ୍କ ନାମରେ ନାମିତ କରିବା ପାଇଁ ପଦକ୍ଷେପ ନେବା ଓ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଉଦ୍ୟମ କରିବେ ବୋଲି କହିଥିଲେ। ରାଇକିଆ ନାଗରିକ ମଞ୍ଚ ସଭାପତି ସୁଶାନ୍ତ କୁମାର ଜେନା ମଞ୍ଚ ତରଫରୁ ଚନ୍ଦ୍ରକାନ୍ତଙ୍କ ପରିବାରକୁ ମାନପତ୍ର୍ର ପ୍ରଦାନ କରିଥିଲେ। ଏଥିସହ ତୁରନ୍ତ ପ୍ରତିମୂର୍ତ୍ତି ନିର୍ମାଣ ଓ ବିଅରପାଙ୍ଗା ଗ୍ରାମବାସୀଙ୍କ ପାଇଁ ଏକ କମ୍ୟୁନିଟ ହଲ୍‌ ନିର୍ମାଣ ନିମନ୍ତେ ପୂର୍ବରୁ ଚନ୍ଦ୍ରକାନ୍ତ ଉଦ୍ୟମ କରିଥିବାରୁ ଉକ୍ତ କାର୍ଯ୍ୟ କରିବା ପାଇଁ ପଦକ୍ଷେପ ନିଆଯାଉ ବୋଲି ସେ କହିଥିଲେ ଏମ୍‌ପି ପ୍ରତିନିଧି ଟୁକୁନା ପାଣିଗ୍ରାହୀ ଯୋଗଦେଇ ଏମପିଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ସହାୟତା ପ୍ରଦାନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ