ଶହୀଦ ଦିନେଶ ମେମୋରିଆଲ ତରଫରୁ କୋଭିଡ ରିଲିଫଫଣ୍ଡକୁ ସହାୟତା
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସାରାଦେଶ ଏବେ କରୋନା ସହିତ ଲଢୁଛି।କୋଭିଡର ମୁକାବିଲା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଜନସାଧାରଣଙ୍କ ସାହାଯ୍ୟ ଓ ସହଯୋଗ ଲୋଡିଥିଲେ ।ଭାରତ ତଥା ଓଡିଶାର ବିଭିନ୍ନ ସଂଗଠନ ବଦାନ୍ୟ ବ୍ୟକ୍ତିବିଶେଷ ସହଯୋଗର ହାତବଢାଉଥିବା ବେଳେ ବାଲିଗୁଡା ନୂଆସାହିର ଶହୀଦ ମେମୋରିଆଲ ତରଫରୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 13ହଜାର 250ଟଙ୍କା ଲେଖାଏଁ ସମୁଦାୟ ଛବିଶ ହଜାର ପାଞ୍ଚଶହ ଟଙ୍କାର ଦୁଇଟି ଡିମାଣ୍ଡ ଡ୍ରାଫ୍ଟ ଜରିଆରେ ପ୍ରଦାନ କରାଯାଇଛି।ଶହୀଦ ଦିନେଶଙ୍କ ପିତା ବିଜୟପାତ୍ରଙ୍କ ସମେତ ଆଇନଜୀବି ଜଗଦିଶ ସାମନ୍ତରାୟ ଓ ସତସଙ୍ଗ ମାର୍ଗର ସାହିବାସିନ୍ଦା ମିଳିତଭାବରେ ଏହିଫଣ୍ଡ ଗଠନକରି ବାଲିଗୁଡା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କ ଜରିଆରେ ପ୍ରଦାନ କରିଥିଲେ ।