ଶହୀଦ ନଗର ହାଟ ବଣିକ ସଂଘ କାର୍ଯ୍ୟାଳୟରେ ଶୋକସଭା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଶହୀଦ ନଗର ହାଟର ପ୍ରଥମ ବ୍ୟବସାୟୀ ସ୍ୱର୍ଗତ ପ୍ରଭାତ କୁମାର ପାତ୍ରଙ୍କ ଦଶାହ ଦିବସରେ ଶହୀଦ ନଗର ହାଟ ବଣିକ ସଂଘ ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ପରେ ହାଟର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ, ସଭାପତି ଜିତେନ୍ଦ୍ର ନାଥ ରଥ, ଆଇନ ଉପଦେଷ୍ଟା ଅଶ୍ୱିନୀ କୁମାର ପ୍ରଧାନ, ସମ୍ପାଦକ ସଚ୍ଚିକାନ୍ତ ନାୟକ, ପଙ୍କଜ ପ୍ରଧାନ, ଲୋକନାଥ ସ୍ୱାଇଁ ପ୍ରମୁଖ ସ୍ୱର୍ଗତ ପ୍ରଭାତ ବାବୁଙ୍କ ହାଟ ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱର୍ଗତଃ ପ୍ରଭାତ ବାବୁ ଜଣେ ନିଷ୍ଠାପର, ସାହାସୀ, ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ମୂଳମନ୍ତ୍ର ଥିଲା ସମସ୍ତ ବ୍ୟବସାୟୀ ଭାଇମାନେ ସଂଘବଦ୍ଧ ଭାବରେ ଏକତ୍ରିତ ହୋଇ କାର୍ଯ୍ୟ କଲେ ଅଞ୍ଚଳବାସୀ ଉପକୃତ ହେବା ସଙ୍ଗେ ସଙ୍ଗେ ନିଜ ନିଜର ଜୀବିକାର୍ଜନ କରିପାରିବେ । ସ୍ୱର୍ଗତ ପ୍ରଭାତ ବାବୁ ଶହୀଦ ନଗର, ବମିଖାଲ, ଝାଡ଼ପଡ଼ା, ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ସୁପରିଚିତ ବ୍ୟକ୍ତି ଭାବେ ପରିଚିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ