ଶହୀଦ ନନ୍ଦୁରାମଙ୍କୁ ଶ୍ରଦ୍ଧାଂଜଳି ଦେଲା ଝାରଖଣ୍ଡ ମୁକ୍ତିମୋର୍ଚା
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱଳ): ମୟୂରଭଂଜ ମାଟିର ତଥା ରାଇରଙ୍ଗପୁର ଅନ୍ତର୍ଗତ ବଡଚମ୍ପାଉଦା ଗ୍ରାମର ବରପୁତ୍ର ତଥା ବୀର ଶହୀଦ ନାଏକ ସୁବେଦାର ନନ୍ଦୁରାମ ସୋରେନ୍ ଙ୍କ ଶ୍ରଦ୍ଧାଂଜଳି ଦେବାପାଇଁ ଆଗେଇ ଆସିଥିଲା ଓଡ଼ିଶା ଝାରଖଣ୍ଡ ଯେ
ମୁକ୍ତି ମୋର୍ଚ୍ଚା ।ଓଡିଶା ପ୍ରଦେଶ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ମହିଳା ସଭାପତି,ଗତଥରର ମୟୂରଭଂଜ ଝାମୁମୋ ସାଂସଦ ପ୍ରାର୍ଥୀନୀ ତଥା ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍ ଙ୍କ କନ୍ୟା ଅଂଜନୀ ସୋରେନ , ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି,, ରାମଚନ୍ଦ୍ର ହେମ୍ବ୍ରମ,ଜାମଦା ବ୍ଲକ ପୂର୍ବତନ ଅଧ୍ୟକ୍ଷ ମଙ୍ଗଲ ସିଂ ଟୁଡୁ,, ରଣଜିତ୍ ସିଂ, ରାଇରଙ୍ଗପୁର ବ୍ଲକ ସଭାପତି ସାଲୁ କିସ୍କୁ,ଦଳର ଅନ୍ୟ ନେତୃବୃନ୍ଦ ଓ କର୍ମି ଶୁକ୍ରବାର ଦିନ ଏକ ବିଶାଳ ଶୋଭାଯାତ୍ରାରେ ଶହୀଦ ନନ୍ଦୁରାମ ଅମର ରହେ ନାରା ଦେଇ ଶହୀଦ ଗାଁରେ ପହଞ୍ଚି ଶହୀଦଙ୍କ ପାର୍ଥିବ ଶରୀରରେ ଚଦର ଘୋଡାଇ ଶେଷ ଦର୍ଶନ ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।