ଶହୀଦ ନନ୍ଦୁରାମ ପରିବାରଙ୍କ ପାଇଁ ନବୀନ ପଟ୍ଟନାୟକ ପେଢି ଖୋଲିଲେ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଭାରତର ପୂର୍ବ ଲାଦାଖ ସୀମା ଭଲଓ୍ବାନ ଉପତ୍ୟକାରେ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରର ବଡଚମ୍ପାଉଦା ଗ୍ରାମର ଭୂମିପୁତ୍ର ତଥା ସମଗ୍ର ଭାରତ ମାତାର ସୁଯୋଗ୍ୟ ସନ୍ତାନ ନାଏକ ସୁବେଦାର ନନ୍ଦୁରାମ ସୋରେନ୍ ଚାଇନା ସୈନ୍ୟଙ୍କ ସହ ଯୁଦ୍ଧ କରି ଵୀରଗତି ପ୍ରାପ୍ତ ହୋଇଥିଲେ । ତାଙ୍କର ବୀରତ୍ବରେ ଆମ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଭାବିତ ହୋଇ ଟଙ୍କା ବାକ୍ସର ପେଢି ସାଙ୍ଗେ ସାଙ୍ଗେ ଖୋଲି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ ଘୋଷଣା କରିଥିଲେ । ଶୁକ୍ରବାର ଦିନ ଶହୀଦଙ୍କ ପୈତୃକ ଗାଁରେ ଶେଷକୃତ୍ୟ ପରେ ଅପରାହ୍ନରେ ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି , ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡା ବିଧାୟକ ରାଜ କିଶୋର ଦାସ, ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଵିଜାତଳା ତହସିଲଦାର ଲଲାଟେନ୍ଦୁ ସିଂ,ମୟୂରଭଂଜ ସଦର ଜିଲ୍ଲା ବିଜେଡି ସଭାପତି କାଶୀନାଥ ହେମ୍ବ୍ରମ, ପୂର୍ବତନ ମୟୂରଭଂଜ ଏସଡିସି ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ପୂର୍ବତନ ବିଧାୟକ ସାହିବ ସୁଶିଲ ହାଁସଦା ପ୍ରମୁଖ ଉପସ୍ଥିତ ରହି ଶହୀଦଙ୍କ ପତ୍ନୀ ଲକ୍ଷ୍ମୀରାଣୀ ସୋରେନ ଏବଂ ତାଙ୍କର ୩ ଝିଅଙ୍କୁ ୨୫ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଶହୀଦଙ୍କ ପତ୍ନୀ ଲୁହ ଛଳଛଳ ଆଖିରେ ଚେକ୍ ଟିକୁ ଗ୍ରହଣ କରିବା ବେଳେ ଏକ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା ।