ଶହୀଦ ଫାଗୁ ଟୁଡୁ ଙ୍କ ପରିବାରକୁ ସହାୟତା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଆଜି ପବିତ୍ର ସ୍ୱାଧୀନତା ଦିବସ । ଏହି ଦିବସରେ ପଲ୍ଲୀରୁ ଦିଲ୍ଲୀ ସବୁଠି ତ୍ରିରଙ୍ଗା ଉଠୁଛି ।ଏହି ଦିବସ ତଥା ବଳିଦାନ ଦିବସକୁ ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ (ସଶସ୍ତ୍ର ସୀମା ବଳ) ନିଆରା ଢଙ୍ଗରେ ପାଳିଛନ୍ତି ।ଦେଶ ମାତୃକା ପାଇଁ ଯେଉଁମାନେ ବଳିଦାନ ଦେଇଛନ୍ତି ସେହି ପରିବାରକୁ ସେମାନଙ୍କ ସଂଗଠନର ସଦସ୍ୟଙ୍କ ଦ୍ୱାରା କିଛି ସଂଚିତ ଆର୍ଥିକ ସାହାଯ୍ୟ ଏବଂ ପରିବାରକୁ ଅନ୍ୟାନ୍ୟ ଧନର ସରକାରୀ କାର୍ଯ୍ୟରେ ସହାୟତା ଉଦେଶ୍ୟ ରେ ମୟୂରଭଂଜ ଜିଲ୍ଲାର କୁସୁମି ବ୍ଲକର ଯୋଡ଼ା ପୋଖରୀ ଗ୍ରାମର ବୀରପୁତ୍ର ଫାଗୁ ଟୁଡୁ,ଦେଶମାତୃକାର ସେବା ପାଇଁ ଶହୀଦ ହୋଇଥିଲେ ।ଆଜି ଯୋଡ଼ା ପୋଖରୀ ଗ୍ରାମରେ ମୁଖ୍ୟ ମାଝୀ ବାବା ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କରିଥିଲେ ।ପରେ ବୀର ଭୂମିପୁତ୍ର ଫାଗୁ ଟୁଡୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପରେ ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ (ସଶସ୍ତ୍ର ସୀମା ବଳ) ସଂଗଠନର କର୍ମକର୍ତ୍ତା ପହଞ୍ଚି ବୀରପୁରୁଷ ଶହୀଦ ଫାଗୁ ଟୁଡୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପରେ ଶହୀଦ ଲାଗୁ ଟୁଡୁଙ୍କ ପତ୍ନୀ ପାନ ଟୁଡୁଙ୍କୁ ସେମାନଙ୍କ ସଂଚିତ ଧନର ୭୦,୦୦୦ଟଙ୍କାର ଚେକ୍ ପ୍ରଦାନ କରିଥିଲେ ।ତାସହ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଯେ ଯାହା ଦରକାର ଓ ଆବଶ୍ୟକ ସ୍ଥଳେ ସେମାନେ ସହାୟତା କରିବା ପାଇଁ ପ୍ରସ୍ତୁତ ।(ସଶସ୍ତ୍ର ସୀମା ବଳ) ର ସାମାଜିକ ଦାୟିତ୍ଵବଦ୍ଧତାକୁ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ