ଶହୀଦ ଭଗତସିଂ ଡିଗ୍ରୀ କଲେଜ ପରିସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା) : ଖଣ୍ଡିଦେଉଳିସ୍ଥିତ ଶହୀଦ ଭଗତସିଂ ଡିଗ୍ରୀ କଲେଜ ପରିସରରେ କୋଭିଡ-୧୯ ନୀୟମ କୁ ପାଳନ କରି ଜାତୀୟ ସେବା ଯୋଜାନା ୟୁନିଟ (୧.୨ଓ୩) ଆନୁକୂଲ୍ୟରେ ରାଷ୍ଟ୍ରୀୟ ଏକତା ଦିବସ କଲେଜର ଅଧ୍ୟକ୍ଷ ଡଃ. ଦୁର୍ଯ୍ୟୋଧନ ସେଠୀଙ୍କ ପୈାରହିତ୍ୟରେ ପାଳିତ ହୋଇଯାଇଛି । ଏଥିରେ ଅଧ୍ୟାପକ ଲିଙ୍ଗରାଜ ସାହୁ, ଆନନ୍ଦ ଗୈାଡ, ଡଃ. ଦେବୀ ପ୍ରସାଦ ପଟ୍ଟନାୟକ, ଡଃ. ଜୟନ୍ତୀ ବେହେରା, ଏନ୍‌.ପଦ୍ମାବତୀ ଏବଂ ଆଖଣ୍ଡଳ ମଣି ବେହେରା ପ୍ରମୁଖ ଉପସ୍ଥିତ ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ଜନ୍ମଦିନ ରେ ଏକତା, ଅଖଣ୍ଡତା, ବଜାଇ ରଖିଲେ ଆମ ଜାତି, ସମାଜ, ଦେଶର ସମୃଦ୍ଧି ହେବ ବୋଲି ଆଲୋଚନା କରାଯାଇଥିଲା । ଏହାସହ ଏହି ଅବସରରେ ସମସ୍ତେଶପଥ ପାଠ କରିଥିଲେ । ଶେଷରେ ଅଧ୍ୟାପକ ବସନ୍ତ କୁମାର ଗୈାଡ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ