ଶହୀଦ ଯବାନମାନଙ୍କ ଘରେ ପହଞ୍ଚିଲା କନ୍ଧମାଳ ପୋଲିସ; ଶ୍ରଦ୍ଧାଞ୍ଜଳି ଓ ଶାନ୍ତ୍ୱନା ଦେଲେ- ବିଭିନ୍ନ ଥାନାରେ ଶହୀଦଙ୍କ ଫଟୋ ଉନ୍ମୋଚନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୁଲିସର ଶହୀଦ ହୋଇଥିବା ଯବାନମାନଙ୍କ ପରିବାର ପାଖରେ  ପହଞ୍ଚିଥିଲା କନ୍ଧମାଳ ପୁଲିସ୍‍। ପ୍ରତି ଶହୀଦଙ୍କ ଘରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ସହିତ ଶାନ୍ତ୍ୱନା ମଧ୍ୟ ପ୍ରଦାନ କରିଥିଲେ ପୁଲିସ୍‍ ଅଧିକାରୀମାନେ। ଏହି ଅବସରରେ ଗତ ଦିନରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‍ ବିସ୍ଫୋରଣ ଯୋଗୁଁ ଶହୀଦ ହୋଇଥିବା ପୁଲିସ ବିଭାଗର ଶହୀଦ ଯବାନ ନାରେଙ୍ଗା ମଲ୍ଲିକ, ଶହୀଦ ସଂଗ୍ରାମ କୁମାର ଲେଙ୍କା, ଶହୀଦ ସୁନାଶିର ମହାନ୍ତି ଓ ଶହୀଦ ଉମାକାନ୍ତ ଜାନୀଙ୍କ ସମେତ କୋଭିଡ଼ରେ ପ୍ରାଣ ହରାଇଥିବା ଶହୀଦ ପୁଲିସ୍‍ କର୍ମଚାରୀ ତଥା ଯୋଦ୍ଧା ମହାଜନ୍‍ ପ୍ରଧାନ, ସୁବାଷ ଚନ୍ଦ୍ର ସାହୁ, ଉନେଶ କୁମାର ନାୟକ ଓ ବାଲି କହଁର ପ୍ରମୁଖଙ୍କ ଘରେ ପହଞ୍ଚିଥିଲେ ପୁଲିସ୍‍ ଅଧିକାରୀମାନେ। ଏହି ଅବସରରେ ଯେଉଁ ଯବାନମାନେ ଶହୀଦ ହୋଇଛନ୍ତି ସେହି ସବୁ ଥାନାମାନଙ୍କରେ ଶହୀଦମାନଙ୍କର ଫଟୋ ମଧ୍ୟ ଥାନା ପରିସରରେ ଉନ୍ମୋଚିତ କରିଥିଲେ ବରିଷ୍ଠ ପୁଲିସ୍‍ ଅଧିକାରୀମାନେ। ଏହି ଅବସରରେ ଫୁଲବାଣୀରେ ଥିବା ଶହୀଦଙ୍କ ପରିବାର ବର୍ଗଙ୍କୁ କନ୍ଧମାଳ ଏସପି ଭିନିତ୍‍ ଅଗ୍ରୱାଲା, ସଦର ଏସ୍‍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ, ଫୁଲବାଣୀ ଟାଉନଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ, ରିଜର୍ଭ ଇନ୍ସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ଓ ପୁଲିସ୍‍ ସଂଘର ସଭାପତି ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଗସ୍ତ କରିଥିବା ବେଳେ କୋଟଗଡ଼ ଓ ବାଲିଗୁଡ଼ା ଆଦି ଅଞ୍ଚଳରୁ ଶହୀଦ ଯବାନମାନଙ୍କ ପରିବାର ପାଖରେ ଅତିରିକ୍ତ ଏସପି ବିପିନ ବିହାରୀ ବେହେରା, ବାଲିଗୁଡ଼ା ଏସ୍‍ଡ଼ିପିଓ ମାନସ ରଞ୍ଜନ ବାରିକ, ପ୍ରେବେସନ୍‍ ଆଇପିଏସ ଅଭିନବ ଶୁଭଙ୍କର, କୋଟଗଡ଼ ଥାନା ଅଧିକାରୀ ହରମୋହନ ନାୟକ, ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଗସ୍ତ କରିଥିବା ବେଳେ ଟିଟ୍ରାପଙ୍ଗା, ଚକାପାଦ ଓ ଜି.ଉଦୟଗିରି ଆଦି ଅଞ୍ଚଳରେ ଥିବା ସହିଦଙ୍କ ପରିବାର ପାଖରେ ଅତିରିକ୍ତ ଏସପି ସୁବାଶ ଚନ୍ଦ୍ର ଜେନା, ଜି.ଉଦୟଗିରି ଏସ୍‍ଡ଼ିପିଓ ଡ଼ି.ଟି.ଆର୍‍. ପଟନାୟକ, ଟିକାବାଲି ଥାନା ଅଧିକାରୀ ରେବତି ଶବର ଓ ଜି.ଉଦୟଗିରି ଥାନା ଅଧିକାରୀ ନରେଶ କୁମାର ସାହୁ ପ୍ରମୁଖ ଶହୀଦଙ୍କ ପରିବାର ପାଖରେ ପହଞ୍ଚିଥିଲେ। ପୂର୍ବରୁ ସମସ୍ତ ଶହୀଦମାନଙ୍କ ଉଦ୍ଦେଶ୍ୟରେ ଫୁଲବାଣୀ ସଦରମହକୁମା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବାଦ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ