ଶହୀଦ ସ୍ମୃତି ସଂସଦ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିମାପଡ଼ା ଶହୀଦ ସ୍ମୃତି ସଂସଦ ପକ୍ଷରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ବିଜେପି ପ୍ରବକ୍ତା ସମୀର ରଞ୍ଜନ ଦାଶଙ୍କ ନେତୃତ୍ବରେ ତ୍ରିରଙ୍ଗାଯାତ୍ରା ନୂଆବସଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇ ଶହୀଦ ଭବନ ନିକଟରେ ଶେଷ ହୋଇଥିଲା। ଭାରତର ଜାତୀୟ ପତାକା ଧରିଥିବା ଶତାଧିକ ମହିଳା ,ଯୁବକ,ଛାତ୍ର ପଦଯାତ୍ରାରେ ଭାରତମାତା କି ଜୟ , ପାକିସ୍ତାନ ମୂର୍ଦ୍ଦାବାଦ ଧ୍ବନି ଦେଇଥିଲେ ।ଏହି ଧ୍ବନିରେ ନିମାପଡ଼ା ବଜାର ପ୍ରକମ୍ପିତ ହୋଇପଡ଼ିଥିଲା ।ସେନାର ସଫଳତା ପାଇଁ ବାଣ ଫୁଟାଇ ଡ଼ିଜେ ବଜାଇ ପଦଯାତ୍ରୀ ମାନେ ଚାଲିଥିଲେ। ଆଜି ଅନୁଷ୍ଠିତ ତ୍ରିରଙ୍ଗା ଯାତ୍ରା ଅପରେସନ ସିନ୍ଦୁରର ସଫଳତା ପାଇଁ ବାୟୁସେନାର ଯବାନ ମାନଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ନଥିଲା ବରଂ ନିଜ ଗୋଷ୍ଠୀର ଲୋକବଳ ଦେଖାଇବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ପୁର୍ବତନ ସରପଞ୍ଚ ଆର୍ତ୍ତ ମହାନ୍ତି କହିଛନ୍ତି। ଗତ ୧୭ ତାରିଖରେ ସରକାରୀ ଭାବେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଯାତ୍ରାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବିଜେପି ଦଳର ପୁରୀ ଜିଲା ସଭାପତିଙ୍କ ସମେତ ସରକାରୀ କଳର ଅଧିକାରୀମାନେ ଯୋଗ ଦେଇଥିଲେ। ଆଜି ଅନୁଷ୍ଠିତ ତ୍ରିରଙ୍ଗାଯାତ୍ରା ବିଜେପି ଦଳର ପ୍ରବକ୍ତା ତଥା ସ୍ବାଧୀନତା ସଂଗ୍ରାମୀଙ୍କ ଅନୁଷ୍ଠାନ ଶହୀଦ ସ୍ମୃତି ସଂସଦ ଆନୁକୂଲ୍ୟରେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ନେତୃତ୍ବ ରେ ଅନୁଷ୍ଠିତ ହୋଇଥିଲା। ପଦଯାତ୍ରୀମାନେ ମୋହନଦାଶ, ଗୋପବନ୍ଧୁ, ବିଜୁ ପଟ୍ଟନାୟକ ଏବଂ ମହତ୍ମାଗାନ୍ଧୀଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଶହୀଦ ସ୍ମୃତି ଭବନ ଠାରେ ଏକସଭା ଅନୁଷ୍ଠିତ ହୋଇଥିଲା। ସଂସଦ ର ସଂପାଦକ ବେଣୁଧର ସେନାପତି, ଜିଲା ପରିଷଦ ସଭ୍ୟ ପ୍ରଦିପ୍ତ ଖଟୋଇ, କମ୍ୟୁନିଷ୍ଟ ଦଳର ଦେବ ସାହୁ, କୃଷ୍ଣ ଚନ୍ଦ୍ର ରାଉତ କଂଗ୍ରେସ ଦଳର ନବ ମଲ୍ଲିକ ପ୍ରମୁଖ ଯୋଗଦେଇ ଭାରତୀୟ ଯବାନ ମାନଙ୍କ ପରାକ୍ରମ କୁ ପ୍ରଶଂସା କରିଥିଲେ।
ଲଗାତାର ଦୁଇ ଦିନ ଧରି ବିଜେପି ର ଦୁଇ ଗୋଷ୍ଠୀ ମଧ୍ୟରେ ପୃଥକ ପୃଥକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେବାକୁ ନେଇ ନିମାପଡ଼ା ର ରାଜନୈତିକ ପାଣିପାଗ ବେଶ ଉଷ୍ମ ଉଠିଥିବାବେଳେ ବିଜେପି ଦଳରେ ଥିବା ଗୋଷ୍ଠୀ କନ୍ଦଳ ଦିନକୁ ଦିନ ତୀବ୍ର ହେଉଥିବା ଚର୍ଚ୍ଚା ହେଉଛି।