ଶାକାହାରୀ ରଙ୍ଗଣୀ ସମାଜର ସାଂଗଠନିକ ବୈଠକ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଠାକୁରାଣି ମନ୍ଦିର ପ୍ରାଙ୍ଗଣରେ ଶାକାହାରୀ ରଙ୍ଗଣୀ ସମାଜର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି I ସମାଜର ଗାଙ୍ଗପୁର ସଭାପତି ସୁଶିଲ କୁମାର ସାହୁ,ସମ୍ପାଦକ ରାମଚନ୍ଦ୍ର ସାହୁ,ଉପସଭାପତି ସୋଲା ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜିଲ୍ଲା କେନ୍ଦ୍ର କମିଟି ବୈଠକରେ ଘୁମୁସର ଜିଲ୍ଲା ଉପସଭାପତି ପ୍ରମୋଦ କୁମାର ସାହୁ,ସମ୍ପାଦକ ବିଜୟ କୁମାର ସାହୁ,ସହସମ୍ପାଦକ ମନୋଜ କୁମାର ସାହୁ, କାର୍ଯ୍ୟକାରୀ ସଭପାତି ଯୁଧିଷ୍ଟିର ସାହୁ, କୋଷାଧ୍ୟକ୍ଷ ରାମଚନ୍ଦ୍ର ସାହୁ, ସଭ୍ୟା ସବିତା ସାହୁ ଉପସ୍ଥିତ ଥିବା ବେଳେ ସମାଜ ତରଫରୁ ଲିଙ୍ଗରାଜ ସାହୁ, ଭଗଵାନ ସାହୁ,ତେର ସାହିର ସଭାପତି,ସମ୍ପାଦକ ଏବଂ ଗାଙ୍ଗପୁର ସାହିର କର୍ମକର୍ତ୍ତାଙ୍କୁ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା I ଆଜିର ଏହି ସାଙ୍ଗଠନିକ ସଭାରେ ଶାକାହାରୀ ରଙ୍ଗଣୀ ସମାଜର ଉନ୍ନତି,ସମାଜ ପକ୍ଷରୁ ବୃକ୍ଷରୋପଣ ଏବଂ ଆଗାମୀ ଦିନରେ ଦଶମ,ଦ୍ୱାଦଶ ଏବଂ ଯୁକ୍ତ ତିନି ଶ୍ରେଣୀରେ ଉଚ୍ଚ ସ୍ଥାନ ରଖୁଥିବାରୁ ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯିବା ପାଇଁ ଆଲୋଚନା ହୋଇଥିଲା I