ଶାନ୍ତିକାନନରେ କହ୍ନେଇଲାଲଙ୍କ ଶ୍ରାଦ୍ଧ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) : କଥାକାର କହ୍ନେଇଲାଲ ଦାସ ତାଙ୍କର ୨୮ ବର୍ଷର ଜୀବନକାଳ ମଧ୍ୟରେ ମାତ୍ର ୭/୮ବର୍ଷ ଗଳ୍ପ ରଚନା କରିବାରେ ମନୋନିବେଶ କରିଥିଲେ । ନିଜ ଜୀବନର ସମସ୍ତ ଦୁଃଖ ଯନ୍ତ୍ରଣା ପ୍ରେମ ଓ ପ୍ରଣୟ ଏକ ନୂତନ ଶୈଳୀ ନେଇ ତାଙ୍କ ଗଳ୍ପରେ ପରିପ୍ରକାଶିତ ହୋଇଥିଲା । ତାଙ୍କ ଗଳ୍ପ ରଚନାର ଶୈଳୀ ପୂର୍ବରୁ କାହା ପାଖରେ ନଥିଲା ଓ ପରବର୍ତ୍ତୀ ସମୟରେ କାହାରି ପାଖରେ ସୃଷ୍ଟିହୋଇନାହିଁ ବୋଲି ବୁଧବାର ସନ୍ଧ୍ୟାରେ ଶାନ୍ତିକାନନରେ ଅନୁଷ୍ଠିତ ହୋଇଥିବା କହ୍ନେଇଙ୍କର ୪୭ତମ ଶ୍ରାଦ୍ଧଦିବସରେ ବକ୍ତାମାନେ ମତପ୍ରକାଶ କରିଥିଲେ । ଶ୍ରାଦ୍ଧସଭାରେ ପରିଷଦର ସଭାପତି ଡ.ଲକ୍ଷ୍ମୀକାନ୍ତ ତ୍ରିପାଠୀ ପୌରୋହିତ୍ୟ କରି କହ୍ନେଇଙ୍କର କୃତିକୁ କାଳ କେବେ ଖଣ୍ଡନ କରିପାରିବନାହିଁ ବୋଲି କହିଥିଲେ । ପୂର୍ବତନ ଅଧ୍ୟକ୍ଷ ଓ ସ୍ତମ୍ଭକାର ଡ.ସୁବାସଚନ୍ଦ୍ର ପାତ୍ର କୌଣସି ନିଷିଦ୍ଧତା କହ୍ନେଇଙ୍କୁ ଅଟକାଇ ପାରିନାହିଁ ବୋଲି ପ୍ରକାଶ କରି ଅପାରମ୍ପରିକଭାବରେ ସେ ନୂତନ ଶୈଳୀ ସୃଷ୍ଟି କରିଯାଇଛନ୍ତି ବୋଲି କହିଥିଲେ ଓ କିଟ୍‌ସ୍ ପ୍ରଭୃତି ଇଂରେଜ କବିମାନଙ୍କ ସହ ତାଙ୍କର ସାମଞ୍ଜସ୍ୟ ଉପସ୍ଥାପନ କରିଥିଲେ । ଗାଳ୍ପିକ ନିବାରଣ ଜେନା କହ୍ନେଇଙ୍କ ସାରସ୍ୱତ କୃତିଗୁଡ଼ିକର ଚର୍ଚ୍ଚା କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଗଳ୍ପାଂଶକୁ ଉଦାହରଣ ଭାବରେ ପ୍ରଦାନ କରିଥିଲେ । କହ୍ନେଇଙ୍କ ଉପରେ ଗବେଷଣା କରିଥିବା ଯୁବ ଅଧ୍ୟାପକ ଗଣେଶ୍ୱର ମହାନ୍ତି ତାଙ୍କ କଥା ସାହିତ୍ୟକୁ ତର୍ଜମା କରିବା ସହ ଦୁଇଗୋଟି ଉପନ୍ୟାସକୁ ବିସ୍ତୃତଭାବରେ ବ୍ୟାଖ୍ୟା କରିଥିଲେ । ଗାଳ୍ପିକ ଉଦୟ ନାରାୟଣ ଦାସ କହ୍ନେଇଙ୍କ ସହ ସମ୍ପର୍କରେ ଆସିଥିବା କେତେକ ସାହିତ୍ୟିକଙ୍କ ବିଷୟରେ ଅବତାରଣା କରିବା ସହ ତାଙ୍କ ଗଳ୍ପରଚନା କ୍ଷେତ୍ରରେ କହ୍ନେଇଙ୍କର ମଧ୍ୟ ପ୍ରଭାବ ରହିଛି ବୋଲି ସ୍ୱୀକାର କରିଥିଲେ । ଡ.ସାରଙ୍ଗଧର ତ୍ରିପାଠୀ ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିଥିବାବେଳେ ଦୀପକ ବୋଷ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ ଓ କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କମଧ୍ୟରେ ଦୀନବନ୍ଧୁ ଲେଙ୍କା, ପ୍ରଦୀପ ଚାଟ୍ଟାର୍ଜୀ, ତପନ ରାୟ, ଡ.ଶିରୀଶଚନ୍ଦ୍ର ଜେନା,ଡ.ଭାଗବତ ପ୍ରସାଦ ଦାସ, ଡ.ମାନସରଞ୍ଜନ ସାମଲ, ଅରୁଣା ରାୟ, ଅର୍ଚ୍ଚନା ନନ୍ଦୀ,ନିରୁପମା ସେଠୀ, କମଳାକାନ୍ତ ଦାଶ, ଶଶୀକାନ୍ତ ମହାନ୍ତି,ବାସନ୍ତୀ ଦେ, ଶ୍ରୀରୂପା ମଞ୍ଜରୀ ସେନ୍‌, ବିନିତା ସାହୁ,ପଦ୍ମଲୋଚନ ଦତ୍ତ, ସଞ୍ଜୟ କୁମାର ପଣ୍ଡା,ରମେଶ ଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ, ଅମ୍ବୁଜ କୁମାର ଦାସ, ଦେବାଶିଷ ସିଂହ, ଲକ୍ଷ୍ମୀକାନ୍ତ ବେହେରା, କମଳାକାନ୍ତ ନାୟକ, ଶରତ କୁମାର ମହାପାତ୍ର, ରମେଶଚନ୍ଦ୍ର ଦାଶ, ସର୍ବେଶ୍ୱର ଜେନା, ଶଚୀନ୍ଦ୍ର କୁମାର କର, ଜୟନ୍ତ ହଂସରାଜ,ମଧୁସୂଦନ ମାଝୀ, ପଦ୍ମଲୋଚନ ପ୍ରଧାନ, ସନାତନ ଦାସ, ରମେଶ ଚନ୍ଦ୍ର ଦାଶ, ରମାକାନ୍ତ ମହାନ୍ତି, ତୃପ୍ତିରାଣୀ ପାତ୍ର, ସୁବ୍ରତା ମହାନ୍ତି,ଶାନ୍ତିଲତା ପଣ୍ଡା,ଅନସୂୟା ନାୟକ, ଶ୍ୟାମସୁନ୍ଦର ସେଠୀ ପ୍ରମୁଖ ବହୁସଂଖ୍ୟକ ସାହିତ୍ୟପ୍ରେମୀ ଏଥିରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ