ଶାନ୍ତିକାନନରେ ୧୪ତମ ପ୍ରେମ ଫଗୁଣ

ବାଲେଶ୍ୱର, (ସରୋଜ ପଣ୍ଡା):ଋତୁରାଜ ବସନ୍ତର ଆଗମନରେ କବିତା ଓ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ‘ପ୍ରେମ ଫଗୁଣ’ସହରର ମଲିକାଶପୁର ସ୍ଥିତ କବିତୀର୍ଥ ଶାନ୍ତିକାନନ ପରିସରରେ ରବିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ନୀଲୁ ମାହାପତ୍ର, ଆଇଟିଆରର ସହକାରୀ ନିର୍ଦ୍ଦେଶକ ନୀଳାଦ୍ରୀ ରାୟ, ଯୁବ ଶିଳ୍ପ ଦ୍ୟୋଗୀ ସଞ୍ଜୟ ଦାସ , ଫକୀରମହୋନ ସାହିତ୍ୟ ପରିଷଦର ସଭାପତି ଡ଼. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ପରସ୍ପରକୁ ଅବିର ଲଗାଇ ୧୪ ତମ ‘ପ୍ରେମ ଓ ଫଗୁଣ’ କାର୍ଯ୍ୟକ୍ରମକୁ କରିଥିଲେ । ଏହି କାର୍ଯ୍ୟକମ ଏକ ସନ୍ଦର ମାହଲ ସୃଷ୍ଟି କରିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଫଗୁଣର ଆଗମନରେ ଧରାପୃଷ୍ଠ କିପରି ପ୍ରେମମୟ ହୋଇଉଠେ ତାହାକୁ ନେଇ ଅତିଥିମାନେ ମତମତ ରଖିଥିଲେ । କବି ପ୍ରଶାନ୍ତ ଦାସଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମନାଥ ରଥ ପ୍ରାକ କଥା ରଖିଥିବା ବେଳେ ରଘୁନାଥ ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିଲେ । ପୀତାମ୍ବର ଦାସ ପ୍ରମର ସଜ୍ଞା ଉପରେ ଆଲୋକପାତ କରିଥିବା ବେଳେ ରାଜେଶ ଗିରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କବି କୁମାର ଗୋପାଲ ଓ ଶୁଶ୍ରୀ ବେହେରା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଏହି ଅବସରରେ କବି ଦୀପକ ବୋଷ, ସୌରିନ୍ଧ୍ରୀ ସାହୁ, ମନସ୍ୱିନୀ ଦେବୀ, ପଦ୍ମଲୋଚନ ପ୍ରଧାନ, ରଞନ ବାଗ, ବିମଳ ଜେନ.ଶିରିଶ ଜେନା ,ପ୍ରତିମା ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ । ଗାୟକ ସୁଜିତ ଭୋଇ, ବହ୍ନିମାନ ରଥ, କାହ୍ନୁ ଲେଙ୍କା ,ଡାକ୍ତର ଅଭିତାଭ ଗିରି, ଡାକ୍ତର ମଧୁମାଳା ଗିରି, ସ୍ନେହାଶିଷ ଦାସ, ଶିଦୀକ୍ଷା ପ୍ରହରାଜ, ବିପୁଲ ମହାପାତ୍ର, ହରଓମ୍ ଶରଣମ୍‌. ଦୟାନିଧି, ଚିରାଦ୍ଦିପ ପଣ୍ଡା, ପ୍ରଭୁପଦ ମହାନ୍ତି, ଇପସିତା ପ୍ରଧାନ ପ୍ରମୁଖ ସଙ୍ଗୀତ ଗାନ କରିଥିଲେ । ଚିତ୍ରଶିଳ୍ପୀ କେଶୁ ଦାସଙ୍କ ତତ୍ତ୍ୱାବଧାନରେ ଶିଳ୍ପୀ ଅରୁଣ କୁମାର ବାରିକ ଓ ରୂପକ କୁମାର ଦାସ ଏକ ସୁନ୍ଦର ରୋମାଣ୍ଟିକ ଚିତ୍ର ଅଙ୍କନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ