ଶାନ୍ତିର ପତାକା ତଳେ ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତିବର୍ଷ ସେପ୍ଟେମ୍ବର ୨୧ ତାରିଖଟିକୁ ଅନ୍ତର୍ଜାତୀୟ ଶାନ୍ତି ଦିବସ ରୂପେ ପାଳନ କରାଯାଇଥାଏ । କହିବାକୁ ଗଲେ ବିଶ୍ୱ ଶାନ୍ତି ପାଇଁ ଏହି ଦିନଟି ଉତ୍ସର୍ଗୀକୃତ । ଏହି ଦିବସ ଅବସରରେ କେଉଁଠି ସଭା, ଶୋଭାଯାତ୍ରା, ସାଇକେଲ ର‌୍ୟାଲି ଇତ୍ୟାଦି କାର୍ଯ୍ୟକ୍ରମ ପାଳନ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ଜଣାଶୁଣା କୁନି ଚିତ୍ର ଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ନିଆରା ଢ଼ଙ୍ଗରେ ଏହାକୁ ପାଳି ସାରା ବିଶ୍ୱକୁ ଦେଇଛନ୍ତି ଏକ ବଳିଷ୍ଠ ବାର୍ତ୍ତା । ଶାନ୍ତି, ପ୍ରେମ, ମୈତ୍ରୀର ପତାକା “ତ୍ରିରଙ୍ଗା” ତଳେ ଶ୍ରଦ୍ଧା, ଭକ୍ତି ଓ ସମ୍ମାନର ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମଗ୍ର ବିଶ୍ୱର ଶାନ୍ତି ପ୍ରତିଷ୍ଠା ପାଇଁ ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଶାନ୍ତନୁ କୁହନ୍ତି ଭାରତ ହେଉଛି ଏକ ଶାନ୍ତି ପ୍ରିୟ ଦେଶ । ଯୁଦ୍ଧ, ହିଂସା ଦ୍ୱାରା ଶାନ୍ତି ପ୍ରତିଷ୍ଠା ହୁଏନାହିଁ । ସ୍ନେହ, ପ୍ରେମ, ଅହିଂସା ମାଧ୍ୟମରେ ହିଁ ଶାନ୍ତି ବିରାଜମାନ ହେବା ସହ ରାଷ୍ଟ୍ରର ବିକାଶ ହୋଇପାରିଥାଏ ବୋଲି ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ